ଦିଗପହଣ୍ଡି,୧୨।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଭାଜପାର ସାଙ୍ଗଠନିକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶ୍ରୀ ଚନ୍ଦ୍ରଚୂଡ଼େଶ୍ୱର ଶୈବପୀଠ ପରିସରରେ ଆୟୋଜିତ ବୈଠକରେ ଭାଜପା ଦିଗପହଣ୍ଡି ନଗର କମିଟିର ବହୁସଂଖ୍ୟକ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ। ଭାଜପା ଗଞ୍ଜାମ ଜିଲା କମିଟି ଉପସଭାପତି ପରେଶ ଚନ୍ଦ୍ର ରଥଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଭାଜପା ଜିଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନଦ ଦାସ, ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ ପ୍ରମୁଖ ଉପସ୍ଥିତ ରହି ପାର୍ଟିର ସାଙ୍ଗଠନିକ ଅଭିବୃଦ୍ଧି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସିଦ୍ଧାନ୍ତ ଗଙ୍ଗଦେବଙ୍କୁ ନଗର କମିଟିର ନୂଆ ପ୍ରଭାରୀ ଭାବେ ମନୋନୟନ କରାଯାଇଥିବା ବେଳେ ପ୍ରଶାନ୍ତ କୁମାର ପୂଜାରୀଙ୍କୁ ଭାଜପା ନଗର କମିଟି ସଭାପତି ରୂପେ ସର୍ବସମ୍ମତକ୍ରମେ ମନୋନୟନ କରାଯାଇଥିଲା।