Categories: ଜାତୀୟ

ଅଖିଳେଶଙ୍କ ବିରୋଧରେ ଅପର୍ଣାଙ୍କୁ ଛିଡ଼ା କରାଇବା ଲାଗି ଭାଜପାର ଯୋଜନା…

ଲକ୍ଷ୍ନୌ, ୩୧।୧ : ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ। ଭାଜପା ପକ୍ଷରୁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କଡ଼ା ଟକ୍କର ଦେବା ପାଇଁ ଯୋଜନା କରାଯାଇଛି। ଏହି ମର୍ମରେ ଅଖିଳେଶଙ୍କ ବିରୋଧରେ ମୈନପୁରୀ ଆସନରୁ ଭାଇବୋହୂ ଅପର୍ଣା ଯାଦବଙ୍କୁ ଛିଡ଼ା କରାଇବାର ଯୋଜନା କରାଯାଉଛି। ଏହା ଦ୍ୱାରା ଗୋଟିଏ ଘରର ସଦସ୍ୟଙ୍କୁ ମୁହାଁମୁହିଁ କରାଯାଇ ଭୋଟ ବିଭାଜନ ଭାଜପାର ମୁଖ୍ୟ ଲକ୍ଷ୍ୟ।

ଏପରି କରି ଭାଜପା ସହଜ ସ୍ଥିତିରେ ରହିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏହା ମାଧ୍ୟମରେ ପରିବାର ଫାଟ ପଦାରେ ପକାଇବାକୁ ଭାଜପା ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

Share