ଚଣ୍ଡିଗଡ,୯।୧୦: ହରିୟାଣା ବିଧାନସଭାର ଫଳାଫଳ ପରେ ଭାଜପା ଆହୁରି ଶକ୍ତିଶାଳୀ ହୋଇଛି। ହରିୟାଣାର ୯୦ଟି ଆସନରୁ ଦଳ ଏକାକୀ ୪୮ଟି ଆସନ ଜିତି କ୍ରମାଗତ ତୃତୀୟ ଥର ସରକାର ଗଠନ କରିବାକୁ ଯାଉଛି। ଏପରି ସ୍ଥିତିରେ ଆଜି ଭାଜପାରେ ସାମିଲ ହୋଇଛନ୍ତି ଦୁଇ ଜଣ ସ୍ବାଧୀନ ବିଧାୟକ। ଅନ୍ୟତମ ସ୍ବାଧୀନ ବିଧାୟକ ସାବିତ୍ରୀ ଜିନ୍ଦଲ ମଧ୍ୟ ଖୁବଶୀଘ୍ର ପଦ୍ମକୁ ସମର୍ଥନ ଘୋଷଣା କରିବେ ବୋଲି ଜଣାପଡିଛି।
ଆଜି ସ୍ବାଧୀନ ବିଧାୟକ ଦେବେନ୍ଦ୍ର କାଡୟାନ ଓ ରାଜେଶ ଜୋନ ବିଧିବଦ୍ଧ ଭାବେ ଭାଜପାରେ ମିଶିଛନ୍ତି। ଦେବେନ୍ଦ୍ର ପୂର୍ବରୁ ଭାଜପାରେ ଥିଲେ। କିନ୍ତୁ ଟିକେଟ ନ ମିଳିବାରୁ ସେ ସ୍ବାଧୀନ ଭାବେ ଗନାଉର ଆସନରୁ ଲଢି ବିଜୟୀ ହୋଇଥିଲେ। ସେହିପରି ରାଜେଶ ବାହାଦୂରଗ ଭାଜପା ପ୍ରାର୍ଥୀଙ୍କୁ ହରାଇ ବାଜିମାତ କରିଥିଲେ। ଏହି ଦୁଇ ଜଣ ଭାଜପାରେ ମିଶିବା ପରେ ଦଳର ଆସନ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି। ସାବିତ୍ରୀ ଜିନ୍ଦଲଙ୍କ ସମର୍ଥନ ପରେ ଏହା ୫୧ରେ ପହଞ୍ଚିବ। ସେହିପରି ଚଳିତ ବର୍ଷ ମାର୍ଚ୍ଚ ମାସରେ ସାବିତ୍ରୀ ଜିନ୍ଦଲ ଭାଜପାରେ ମିଶିଥିଲେ। କିନ୍ତୁ ତାଙ୍କୁ ଦଳ ହରିୟାଣାରେ ନିର୍ବାଚନ ଲଢିବାକୁ ଟିକେଟ ଦେଇ ନଥିଲା। ତେଣୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ର୍ହିସାରୁ ଲଢି ବିଜୟୀ ହୋଇଛନ୍ତି।