Categories: ଜାତୀୟ

୨୦୨୪ ପାଇଁ ଭାଜପାର ପ୍ରସ୍ତୁତି ଆରମ୍ଭ: ନଡ୍ଡାଙ୍କ ୧୨୦ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ,୨୩।୧୧: ଆଗକୁ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଭାଜପା ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଲାଗି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ୧୨୦ ଦିନିଆ ଭାରତ ଗସ୍ତ ଯୋଜନା କରିଛନ୍ତି। ଗସ୍ତକାଳରେ ନଡ୍ଡା ବିଭିନ୍ନ ରାଜ୍ୟରେ ପହଞ୍ଚି କର୍ମକତ୍ତାଙ୍କ ମନୋବଳ ବୃଦ୍ଧି କରିବେ। ଏହି ଗସ୍ତ କାର୍ଯ୍ୟକ୍ରମ ଉତ୍ତରଖଣ୍ଡରୁ ଡିସେମ୍ବର ୫ରେ ଆରମ୍ଭ ହେବ। ବୁଥ୍‌ସ୍ତରୀୟ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱାରୋପ କରାଯିବା ସହିତ ଦଳ ଖରାପ ପ୍ରଦର୍ଶନ କରିଥିବା ଅଞ୍ଚଳରେ ନିର୍ବାଚନୀ ରଣନୀତି ଉପରେ ମନ୍ଥନ କରାଯିବ ବୋଲି ଭାଜପା ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ସୂଚନା ଦେଇଛନ୍ତି। ବଡ଼ ରାଜ୍ୟରେ ୩ ଦିନିଆ ଏବଂ ଛୋଟ ରାଜ୍ୟରେ ୨ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

Share