‘ଭାଜପାର ଭବିଷ୍ୟବାଣୀ ଭୁଲ୍‌ ପ୍ରମାଣିତ ହେବ’

ଭୁବନେଶ୍ୱର, ୨୨।୫(ଅସମାପିକା ସାହୁ):ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଓଡ଼ିଶାରେ ତାଙ୍କ ସପକ୍ଷରେ ହାୱା ରହିଛି। ୨୦୧୯ ଭଳି ୨୦୨୪ରେ ମଧ୍ୟ ଭାଜପାର ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହେବ ବୋଲି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ମଙ୍ଗଳବାର ଜାତୀୟ ଖବର ସରବରାହ ସଂସ୍ଥା ‘ପିଟିଆଇ’କୁ ଦେଇଥିବା ସାକ୍ଷାତ୍‌କାରରେ ପାଣ୍ଡିଆନ ଏହା କହିଛନ୍ତି। ନିର୍ବାଚନ, ନିର୍ବାଚନ ପରବର୍ତ୍ତୀ ସ୍ଥିତି ଓ ରତ୍ନଭଣ୍ଡାର ସମେତ ଅନେକ ପ୍ରଶ୍ନର ଉତ୍ତର ଦେଇ ପାଣ୍ଡିଆନ କହିଛନ୍ତି, ଓଡ଼ିଶାରେ ନବୀନଙ୍କ ବିକଳ୍ପ ନାହିଁ। ତେଣୁ ଭାଜପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରୁନାହିଁ। ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି, ଭଗବାନଙ୍କ ଅନୁଗ୍ରହ ଏବଂ ଲୋକଙ୍କ ସମର୍ଥନ ବିଜେଡିକୁ ସୁଦୃଢ଼ କରିଛି। ବିଜେଡି ସର୍ବାଧିକ ସଂଖ୍ୟା ଗରିଷ୍ଠତା ହାସଲ କରିବ ଏବଂ ଜୁନ୍‌ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ମନ୍ତବ୍ୟ ଉପରେ ସେ ଉତ୍ତର ଦେଇ କହିଛନ୍ତି, ୨୦୧୯ରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ବିଦାୟ ବର୍ଷ ବୋଲି ଭାଜପା ପ୍ରଚାର କରୁଥିଲା। ମାତ୍ର ନିର୍ବାଚନ ଫଳାଫଳ ସବୁ ବଦଳାଇଦେଲା। ନବୀନ ପଟ୍ଟନାୟକ ବହୁମତ ଲାଭ କରି ପୁଣି ସରକାରକୁ ଆସିଲେ। ୨୦୨୪ରେ ମୁଖ୍ୟମନ୍ତ୍ରୀ ଭାବେ ଷଷ୍ଠଥର ଲାଗି ନବୀନ ପଟ୍ଟନାୟକ ପୁଣି ଦାୟିତ୍ୱ ନେବେ।
ଯଦି ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ଦିଆଯାଏ ତେବେ ତାହା ହିଁ ଓଡ଼ିଶାକୁ ଶ୍ରେଷ୍ଠ ଉପହାର ହେବ। ପ୍ରଧାନମନ୍ତ୍ରୀ କହୁଛନ୍ତି, ସେ ଚାଷୀଙ୍କୁ ୩,୧୦୦ ଟଙ୍କା ଏମ୍‌ଏସ୍‌ପି ଦେବେ। ଏହାକୁ ଭାଜପା ଜୋରଦାର ପ୍ରଚାର କରୁଛି। ଯଦି ଏହା ପ୍ରଧାନମନ୍ତ୍ରୀ କରନ୍ତି, ତେବେ ଏହା ହେବ ଓଡ଼ିଶାକୁ ମୋଦିଙ୍କ ଦ୍ବିତୀୟ ଗିଫ୍ଟ। କୋଇଲା ରୟାଲିଟିକୁ ଯଦି ସଂଶୋଧନ କରାଯାଏ ତେବେ ତାହା ଓଡ଼ିଶା ଲାଗି ତୃତୀୟ ଉପହାର ହେବ ବୋଲି ପାଣ୍ଡିଆନ କହିଛନ୍ତି।
ସେହିପରି ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ପାଣ୍ଡିଆନ କହିଛନ୍ତି, ନବୀନ ପଟ୍ଟନାୟକ ଜଣେ ରାଜନୀତିଜ୍ଞ ନୁହନ୍ତି, ସେ ଜଣେ ମହାନ ବ୍ୟକ୍ତି। ଓଡ଼ିଶାବାସୀଙ୍କୁ ସେବା କରିବା ଲାଗି ତାଙ୍କ ହୃଦୟରେ ପବିତ୍ର ଭାବନା ରହିଛି। ସେ ରାଜନୀତି କରନ୍ତି ନାହିଁ। ସେ ଯଦି ରାଜନୀତି କରିବେ ତେବେ ଓଡ଼ିଶାବାସୀଙ୍କ ସେବା କରିପାରିବେ ନାହିଁ। ଲୋକଙ୍କ ସେବା ଲାଗି ସେ ରାଜନୀତିକୁ ମାଧ୍ୟମ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଜିରୁ ବିଜୟୀ ହେବେ। ଦୁଇଟିଯାକ ଆସନରୁ ସେ ବିପୁଳ ଭୋଟରେ ବିଜୟୀ ହେବେ ବୋଲି ପାଣ୍ଡିଆନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଷ୍ପତ୍ତି ବଦଳାଇଲେ ସରକାର, ବିଧାନସଭାରେ ହଟିଲା ମୋବାଇଲ କଟକଣା

ଭୁବନେଶ୍ୱର,୧୨ା୩: ବିଧାନସଭାରେ ସାମ୍ବାଦିକଙ୍କ ଉପରେ ଲାଗିଥିବା ମୋବାଇଲ କଟକଣା ଇତିମଧ୍ୟରେ ହଟାଇ ଦିଆଯାଇଛି। ସାମ୍ବାଦିକମାନେ ଆନ୍ଦୋଳନ କରିବା ପରେ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି।...

ତାରାଙ୍କ ସମର୍ଥନରେ ବାହାରିଲା ବିଜେଡି, ନଇଁଲା ଶାସକ ଦଳ

ଭୁବନେଶ୍ୱର,୧୨ା୩: ବରିଷ୍ଠ ନେତା ତଥା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମର୍ଥନରେ ବାହାରିଛି ବିଜେଡି। ତାରାଙ୍କ ନିଲମ୍ବନକୁ ଘୋର ବିରୋଧ କରିଛି ବିଜେଡି। ନିଲମ୍ବନ ପ୍ରତ୍ୟାହାର...

ଜୟନାରାୟଣଙ୍କୁ କାଉଣ୍ଟର କଲେ ତାରା, କହିଲେ ଏହା କ’ଣ ଓଡ଼ିଆ ଅସ୍ମିତାର…

ଭୁବନେଶ୍ୱର,୯ା୩: କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀ ପତି ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ବୟାନ ଉପରେ କାଉଣ୍ଟର କରିଛନ୍ତି। ତାରା କହିଛନ୍ତି, ଓଡ଼ିଶାକୁ...

କହୁକହୁ ଏମିତି କହିଦେଲେ ଅମର, ସରକାର କିଛି ତ୍ରୁଟି କରିନାହାନ୍ତି, ନବୀନ ବାବୁଙ୍କୁ ନିମନ୍ତ୍ରଣ…

ଭୁବନେଶ୍ୱର,୬ା୩ : ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ଏକ ବୟାନ ଏବେ ରାଜନୈତକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଅମର କହିଛନ୍ତି, ପଞ୍ଚାୟତିରାଜ ଦିବସ...

ବିଜୁବାବୁଙ୍କ ଜନ୍ମ ଉତ୍ସବ ପାଳନକୁ ଆସିଲେନି ନବୀନ, କାଢ଼ି ନିଆଗଲା ଚୌକି

ଭୁବନେଶ୍ୱର,୫ା୩: ମାର୍ଚ୍ଚ ୫ ଅର୍ଥାତ୍‌ ଆଜି(ବୁଧବାର) ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ପଟ୍ଟନାୟକ...

ପଞ୍ଚାୟତରାଜ ଦିବସ ରାଜନୀତି: ସରକାରଙ୍କୁ ଘେରିଲା ବିଜେଡି

ଭୁବନେଶ୍ୱର,୪ା୩: ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ପାଳନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେବା ପରେ ରାଜନୀତି ଜୋର ଧରିଛି। ବିରୋଧୀ ବିଜେଡି...

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା

ଭୁବନେଶ୍ୱର,୨୭ା୨ : ୨୮ ତାରିଖ ଅର୍ଥାତ୍‌ ଆସନ୍ତାକାଲି ପ୍ରଥମଥର ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ପୁରୀରେ ଆୟୋଜନ କରାଯାଉଛି। ଏଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ...

ସୂଚନା ଅଧିକାର ଆଇନ ଉପରେ ଆକ୍ରମଣ

ଗତ କିଛିଦିନ ତଳେ ୟୁଟ୍ୟୁବ୍‌ରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ ସୁପ୍ରିମ୍‌କୋର୍ଟର ଜଣେ ବିଚାରପତି ମାମଲା ଶୁଣାଣି ସମୟରେ ଜଣେ ଆଡଭୋକେଟ୍‌ଙ୍କୁ ସେ କାହିଁକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image