Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ‘ପନୌତି’ , ଏବେ ଜବାବରେ ରାହୁଲଙ୍କୁ ଭାଜପା କହିଲା ‘ଫ୍ୟୁଜ୍‌ ଟ୍ୟୁବଲାଇଟ୍‌’

ନୂଆଦିଲ୍ଲୀ,୨୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ନିର୍ବାଚନୀ ସଭାରେ ‘ପନୌତି’ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାଜପା ଏବଂ କଂଗ୍ରେସ। ଉଭୟ ଦଳ ପୋଷ୍ଟର ମାଧ୍ୟମରେ ପରସ୍ପରକୁ କଟାକ୍ଷ କରିବାକୁ ପଛାଉ ନାହାନ୍ତି। ଏହି କ୍ରମରେ ଶୁକ୍ରବାର କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ‘ପନୌତି ଏ ଆଜମ୍‌’ କହି ଟୁଇଟରରେ ପୋଷ୍ଟର ଜାରି କରିଥିଲା। ଏବେ ଏହାର ଜବାବ ଦେଇଛି ଭାଜପା।

ଭାଜପା ଟୁଇଟରରେ କଂଗ୍ରେସ ନେତା ରାହୁଲଙ୍କ ଏକ ପୋଷ୍ଟର ଜାରି କରିଛି। ଏଥିରେ ତାଙ୍କୁ ‘ଟ୍ୟୁବ୍‌ଲାଇଟ୍‌’ ବୋଲି କୁହାଯାଉଛି। ଏହି ପୋଷ୍ଟରର ଶୀର୍ଷକ ରହିଛି ‘ଫ୍ୟୁଜ ଟ୍ୟୁବ୍‌ଲାଇଟ୍‌’। ତେବେ ପୂର୍ବରୁ ୨୦୨୦ରେ ପ୍ରଧାନମନ୍ତ୍ରୀ ରାହୁଲଙ୍କ ତୁଳନା ଟ୍ୟୁବଲାଇଟ୍‌ ସହ କରିଥିଲେ। ଏବେ ଭାଜପାର ପୋଷ୍ଟରଟି ସଲମାନଙ୍କ ଫିଲ୍ମ ‘ଟ୍ୟୁବଲାଇଟ୍‌’ର, ଯେଉଁଥିରେ ଅଭିନେତାଙ୍କ ସ୍ଥାନରେ ରାହୁଲଙ୍କୁ ଦେଖିବାକୁ ମିଳିଛି।

BJP shares poster on X


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ରବିବାର ପୋଲିସ ଷ୍ଟେଶନରେ ହାଜର ହେବେ ପୁଷ୍ପା! ଅଲ୍ଲୁ ଅର୍ଜୁନଙ୍କୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ

ଚେନ୍ନାଇ,୫।୧: ଅଭିନେତା ଅଲୁ ଅର୍ଜୁନ ହାଇଦ୍ରାବାଦର ଚିକ୍କଡପାଲି ପୋଲିସ ଷ୍ଟେଶନରୁ ବାହାରିଥିଲେ। ଜାମିନ ସର୍ତ୍ତ ଅନୁଯାୟୀ ଅଭିନେତା ଅଲୁ ଅର୍ଜୁନଙ୍କୁ ଚିକ୍କଡପାଲି ପୋଲିସ ଷ୍ଟେଶନରେ ହାଜର...

ଭାରତର ଦାରିଦ୍ର୍ୟ ହାରରେ ଉଲ୍ଲେଖନୀୟ ହ୍ରାସ

ନୂଆଦିଲ୍ଲୀ,୫।୧: ଚଳିତ ଆର୍ଥିକ ବର୍ଷରେ ଗ୍ରାମୀଣ ଦାରିଦ୍ର୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ୪.୮୬% ରେ ପହଞ୍ଚିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ର...

ଦୁର୍ନୀତି ପଦାରେ ପକାଇବାରୁ ମାରିଦେଲେ : ସନ୍ଦେହରେ ଖବରଦାତାଙ୍କ ସମ୍ପର୍କୀୟ ଭାଇ

ନୂଆଦିଲ୍ଲୀ,୫।୧: ଛତିଶଗଡ଼ର ୨୮ ବର୍ଷୀୟ ଖବରଦାତା ମୁକେଶ ଚନ୍ଦ୍ରାକରଙ୍କ ମୃତଦେହ ଏକ ପାଇଖାନା ଟାଙ୍କିରୁ ମିଳିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ହତ୍ୟା...

ମହାକାଶରେ ଝୁଡ଼ଙ୍ଗ ଗଜାହେଲା

ନୂଆଦିଲ୍ଲୀ,୫।୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶର ମାଇକ୍ରୋଗ୍ରାଭିଟି ସ୍ଥିତିରେ ମାତ୍ର ୪ ଦିନ ମଧ୍ୟରେ ଝୁଡ଼ଙ୍ଗ ମଞ୍ଜିକୁ ଗଜା କରିବାରେ ସଫଳ ହୋଇଛି।...

୨୦୫୦ ସୁଦ୍ଧା ଖାଉଟି ସାମଗ୍ରୀ ଦର ୩ ଗୁଣା ବଢ଼ିବ

ନୂଆଦିଲ୍ଲୀ,୫।୧(ପି.ଟି.): ଜଳବାୟୁ ପରିବର୍ତ୍ତନର ବହୁଳ ପ୍ରଭାବ ଖାଉଟି ବଜାର ଉପରେ ପଡ଼ିବାକୁ ଯାଉଛି। ମହତ୍ତ୍ୱାକାଂକ୍ଷୀ ଜଳବାୟୁ ନୀତି ସତ୍ତ୍ୱେ ନିମ୍ନ ଆୟକାରୀ ଦେଶଗୁଡ଼ିକରେ ୨୦୫୦ ସୁଦ୍ଧା...

ଡେଟିଂ ଆପ୍‌ରେ ୭୦୦ ମହିଳାଙ୍କୁ ଠକେଇ

ନୂଆଦିଲ୍ଲୀ, ୫।୧: ଜାତୀୟ ରାଜଧାନୀ ଦିଲ୍ଲୀର ଶାକାରପୁର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଠକେଇ ଘଟଣା ସାମ୍‌ନାକୁ ଆସିଛି। ନଏଡ଼ାର ଏକ ଘରୋଇ କମ୍ପାନୀରେ ଆଶାୟୀମାନଙ୍କୁ ନିଯୁକ୍ତି...

ରାଜଗୋପାଳ ଚିଦାମ୍ବରମ୍‌ଙ୍କ ପରଲୋକ

ମୁମ୍ବାଇ,୫।୧(ପି.ଟି.): ୧୯୭୪ ଏବଂ ୧୯୯୮ରେ ଭାରତର ଆଣବିକ ପରୀକ୍ଷାରେ ପ୍ରମୁଖ ଭୂମିକା ନେଇଥିବା ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ରାଜଗୋପାଳ ଚିଦାମ୍ବରମ୍‌ଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ...

ଚାଇନାରେ ବଢୁଛି hMPV ଭୂତାଣୁର ପ୍ରଭାବ! ଭାରତ ରଖିଛି କଡା ନଜର, ଜାରି ହେଲା ଗାଇଡଲାଇନ

ନୂଆଦିଲ୍ଲୀ,୪।୧: ଚାଇନାରେ ହ୍ୟୁମାନ ମେଟାନିମୋଭାଇରସ (hMPV) ର ଦ୍ରୁତ ବିସ୍ତାର ଭୟକୁ ଆହୁରି ବଢାଇ ଦେଇଛି ଯେ ଏହା କରୋନା ଜୀବାଣୁ ପରି ମହାମାରୀ ରୂପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri