କୋଲକାତା,୧୮।୯: ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଗୁପ୍ତ ପ୍ରଚାର ଆରମ୍ଭ ହୋଇଛି। ବିଧାନସଭା ନିର୍ବାଚନ ସମୟରେ ଦେଖାଦେଇଥିବା ହିଂସାକୁ ଦୃଷ୍ଟିରେ ରଖି ଏବେ ଭାଜପା ନୂଆ ରଣନୀତି ଆଧାରରେ ଘର ଘର ବୁଲି ଭୋଟ ପ୍ରଚାର କରୁଛି।
ରାଜ୍ୟ ଭାଜପା ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଭାଜପା ନିଜର ପ୍ରଚାର ରଣନୀତିରେ ପରିବର୍ତ୍ତନ କରିଥିବା ସୂଚନା ଦେଇଛନ୍ତିି। ଭାଜପା ପକ୍ଷରୁ ବଡ଼ ରାଲିକୁ ମନା କରାଯାଇଛି। ଦଳ ପକ୍ଷରୁ ନୀରବ ପ୍ରଚାରକୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ସେ କହିଛନ୍ତି।