Categories: ଜାତୀୟ

‘ଭାଜପାର ସଫଳତା ହାର ୫୬ ପ୍ରତିଶତ, କଂଗ୍ରେସର…’: ମୋଦି

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସଂସଦୀୟ ଦଳ ବୈଠକରେ ଉଦବୋଧନ ଦେଇ କହିଛନ୍ତି ଯେ ସରକାର ଚଳାଇବା ପାଇଁ ଭାଜପା ଲୋକଙ୍କ ପ୍ରିୟ ପାଲଟିଛି। ଏହାକୁ ନେଇ ସେ କିଛି ଆକଳନ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଏବଂ ଅନ୍ୟ ଦଳ ଅପେକ୍ଷା କ୍ଷମତା ବଜାୟ ରଖିବାରେ ଭାଜପାର ରେକର୍ଡ ଭଲ।
ପ୍ରକାଶ ଯେ ଏହି ବୈଠକରେ ପ୍ରଧାନମନ୍ତ୍ରୀ କୌଣସି ନେତାଙ୍କୁ ଶ୍ରେୟ ଦେଇନାହାଁନ୍ତି ବରଂ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପାର ବଡ଼ ବିଜୟ ପାଇଁ ଦଳର ଟିମ ଭାବନାକୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି ଯେ ତିନୋଟି ରାଜ୍ୟରେ ବିଜୟ ବ୍ୟତୀତ ତେଲଙ୍ଗାନା ଏବଂ ମିଜୋରାମରେ ଦଳର ଶକ୍ତି ମଧ୍ୟ ବୃଦ୍ଧି ପାଇଛି।
ପିଟିଆଇର ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଧେଶ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ ସେହି ରାଜ୍ୟଗୁଡିକରେ ସରକାର ଥିବାବେଳେ କଂଗ୍ରେସ ୪୦ ଥର ବିଧାନସଭା ନିର୍ବାଚନର ସମ୍ମୁଖୀନ ହୋଇଥିଲା ଏବଂ ସେଥିମଧ୍ୟରୁ କେବଳ ୭ଟି ଜିତିପାରେ, ଯେଉଁଥିରେ ଏହାର ସଫଳତା ହାର ୧୮ ପ୍ରତିଶତ ଥିଲା ଯାହା ଖୁବ ନିରାଶାଜନକ। ଏଥି ସହିତ ଭାଜପା ୩୯ଟି ନିର୍ବାଚନରେ ୨୨ରେ ବିଜୟୀ ହୋଇଥିଲା। ଯେଉଁଥିରେ ସଫଳତା ହାର ୫୬ପ୍ରତିଶତ ରହିଛି ବୋଲି ମୋଦି କହିଛନ୍ତି।

Share