Posted inଜାତୀୟ

ଜେଲ୍‌ରେ ଥାଇ ମନ୍ଦ ରାଜନୀତି କରୁଛନ୍ତି ଲାଲୁ: ସୁଶୀଲ ମୋଦି

ପାଟନା,୨୫।୧୧: ବିହାର ବିଧାନସଭା ବାଚସ୍ପତି ପଦ ପାଇଁ ବୁଧବାର ନିର୍ବାଚନ ଚାଲିଛି। ଏହା ପୂର୍ବରୁ ଆରଜେଡି ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଏହି ଅଡିଓରେ ଲାଲୁ ଏନଡିଏର ‘ପାଶୱାନ’ ନାମକ ଜଣେ ବିଧାୟକଙ୍କୁ ଫୋନ କରି ବିରୋଧୀ ପ୍ରାର୍ଥୀଙ୍କ ସମର୍ଥନ ଦେବା କଥା କହିଛନ୍ତି। ଅଡିଓ ବିଷୟରେ କୁହାଯାଉଛି ଯେ ଲାଲୁ ପ୍ରସାଦ ଯାଦବ ପାଶୱାନ ନାମକ ଜଣେ ଏନଡିଏ ବିଧାୟକଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ବାଚସ୍ପତି ତାଙ୍କୁ ନିର୍ବାଚନ ପାଇଁ ଗୃହରେ ଅନୁପସ୍ଥିତ ରହିବାକୁ କହୁଛନ୍ତି। ଏଥି ସହିତ ଲାଲୁ ବିଧାୟକଙ୍କୁ ମନ୍ତ୍ରୀ ପଦ ମଧ୍ୟ ପ୍ରଦାନ କରୁଛନ୍ତି। ବିଧାୟକ ଲାଲୁଙ୍କୁ କହୁଛନ୍ତି ଯେ ସାର୍‌ ଆମେ ପାର୍ଟିରେ ଅଛୁ। ଆମେ କିପରି ଅନୁପସ୍ଥିତ ରହିପାରିବୁ। ଲାଲୁ ତାଙ୍କୁ କରୋନା ହୋଇଛି ବୋଲି ଏକ ବାହାନା କରିବାକୁ କହୁଛନ୍ତି। ସୂଚନା ଅନୁଯାୟୀ ‘ପାଶୱାନ’ ନାମକ ବିଧାୟକ ଲାଲୁଙ୍କ ସହ କଥା ହୋଇଛନ୍ତି, ସେ ହେଉଛନ୍ତି ଜେଡିୟୁ ବିଧାୟକ ଲଲନ ପାଶୱାନ। ଆରଜେଡି ଲାଲୁ ପ୍ରସାଦ ଯାଦବଙ୍କ ଏହି ଅଡିଓ କ୍ଲିପକୁ ନକଲି ବୋଲି କହିଛି। ଆରଜେଡି କହିଛି ଯେ ଏହି ଅଡିଓକୁ ଟ୍ୟାମ୍ପରିଂ କରାଯାଇଛି। ଏହି ଅଡିଓ ନକଲି ଅଟେ। ଭାଜପାର ବରିଷ୍ଠ ନେତା ସୁଶୀଲ ମୋଦି ଲାଲୁ ଏନଡିଏ ସରକାରକୁ ହଟାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି। ମୋଦି ମଙ୍ଗଳବାର କହିଛନ୍ତି ଯେ ଲାଲୁ ପ୍ରସାଦ ଏନଡିଏ ବିଧାୟକଙ୍କୁ ଜେଲରେ ଥାଇ ମନ୍ଦ ରାଜନୀତି କରୁଛନ୍ତି। ବିଧାୟକଙ୍କ ମନ୍ତ୍ରୀ କରାଇଦେବା ଲୋଭ ଦେଉଛନ୍ତି। ସୁଶୀଲ କୁମାର ମୋଦି ଏହି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ବିହାରରେ ନୂତନ ଏନଡିଏ ସରକାର ଗଠନ ପରେ ଏଥର ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏହି ପଦବୀ ପାଇଁ ନିର୍ବାଚନ ପ୍ରାୟ ୫୧ ବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରବାସରେ ପ୍ରେମିକାଙ୍କୁ ପାଖରେ ରଖିବା ପାଇଁ ସୁଟ୍‌କେସ୍‌ରେ ପୁରାଇଲେ

ସୋନିପଥ, ୧୩।୪: ହରିୟାଣା ସୋନିପଥସ୍ଥିତ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍‌ନାକୁ ଆସିଛି। ଜଣେ ଛାତ୍ର ନିଜ ପ୍ରେମିକାଙ୍କୁ ପାଖରେ ରଖିବା...

ଟ୍ରମ୍ପ୍‌ଙ୍କ ଟାରିଫ୍‌ ବିଶ୍ୱ ବାଣିଜ୍ୟକୁ ୩% ସଙ୍କୁଚିତ କରିପାରେ

ଜାତିସଂଘ,୧୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଥିବାରୁ ଏହା ବିଶ୍ୱ ବାଣିଜ୍ୟକୁ ୩ ପ୍ରତିଶତ ସଂକୁଚିତ...

ଅହଂକାର ରଖନି, ଗ୍ରୁପିଜମ୍‌ କରନାହିଁ: ନଡ୍ଡା

ଭୁବନେଶ୍ୱର (ସୁନିତ୍‌ ମିଶ୍ର)/ପୁରୀ (ଅଜିତ କୁମାର ମହାନ୍ତି), ୧୩ା୪: ପୁରୀ ସ୍ଥିତ ସ୍ବାମୀ ନାରାୟଣ ମୁଖ୍ୟ ମନ୍ଦିର ପରିସରରେ ଆୟୋଜିତ ଭାଜପାର ୨ ଦିନିଆ ପ୍ରଶିକ୍ଷଣ...

Kalabaisakhi in Odisha: ଆଲର୍ଟ, ଏସବୁ ଜିଲାରେ ଆଜି କାଳବୈଶାଖୀ ବର୍ଷା

ଭୁବନେଶ୍ୱର,୧୩ା୪(ଅନୁରାଧା ମହାରଣା): କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ଜାରି ରହିଛି। ଶନିବାର ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱର...

ରାଜ୍ୟପାଳ ଅଲୋଡ଼ା: ତାମିଲନାଡ଼ୁ ଆଣିଲା ୧୦ ଆଇନ

ଚେନ୍ନାଇ,୧୩/୪ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୧୦ ନୂଆ ଆଇନ ହେଲା ତାମିଲନାଡ଼ୁ ଫିଶେରିଜ୍‌ ୟୁନିଭର୍ସିଟି (ସଂଶୋଧନ) ଆଇନ-୨୦୨୦, ତାମିଲନାଡୁ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ...

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image