Categories: ଜାତୀୟ

ଭାଜପାର ବଢିଲା ଟେନ୍‌ସନ୍‌: ମେଣ୍ଟରେ ଫାଟ!

ପୁଣେ,୨୧।୮: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଏନଡିଏ ନେତୃତ୍ୱାଧୀନ ମହାୟୁଟି ମିଳିତ ମେଣ୍ଟରେ କିଛି ଠିକ ମନେ ହେଉନାହିଁ। ଆସନ ବଣ୍ଟନ ସଂପର୍କରେ ଲଢେଇ ଆରମ୍ଭ ହୋଇଛି। ଏହି ସମୟରେ ଶିବସେନାର ୫୮ତମ ଫାଉଣ୍ଡେସନ ଦିବସ ପାଳନ ଅବସରରେ ରାମଦାସ କଦମ ଲୋକ ସଭା ନିର୍ବାଚନରେ ଆସନ ବଣ୍ଟନ ବିଳମ୍ବ ହେତୁ ଭାଜପା ଏବଂ ଅଜିତ ପାୱାରଙ୍କୁ ଟାର୍ଗେଟ କରିଛନ୍ତି।
ଭାଜପା ଏବଂ ଅଜିତ ପାୱାରଙ୍କୁ ଟାର୍ଗେଟ୍‌ କରି ସେ କହିଛନ୍ତି, ଯଦି ଭାଜପା ଭଳି ଶିବସେନା (ଶିନ୍ଦେ ଦଳ) ଲୋକ ସଭା ପ୍ରାର୍ଥୀଙ୍କୁ ଭାଜପା ଭଳି ଦୁଇ ମାସ ପୂର୍ବରୁ ଘୋଷଣା କରାଯାଇଥାନ୍ତା ତେବେ ଆମେ ମଧ୍ୟ ୧୫ଟି ଆସନ ଜିତିଥାନ୍ତେ। ଯେତେବେଳେ ଆମେ ଆମର ପ୍ରାର୍ଥୀ ଘୋଷଣା କଲୁ, ସେତେବେଳେ ଭାଜପା ମଝିରେ ଆସିଯାଇଥିଲା। ସେମାନେ ଏହି ଆସନଗୁଡ଼ିକ ଉପରେ ନିଜର ଦାବି ରଖିଥିଲେ।
ବିଧାନସଭା ନିର୍ବାଚନରେ ରାମଦାସ କଦମ ୧୦୦ଟି ଆସନରେ ଦଳର ପ୍ରାର୍ଥୀ ଦାବି କରିଛନ୍ତି। ସେ କହିଛନ୍ତି, ଯଦି ଆମେ ୧୦୦ଟି ଆସନରେ ନିର୍ବାଚନ ଲଢିବା, ତେବେ ଆମେ ନିଶ୍ଚିତ ଭାବେ ଅତିକମରେ ୯୦ଟି ଆସନ ଜିତିବା। ସେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଦଳ ପାଇଁ ୧୦୦ଟି ସିଟ ଦାବି କରିବାକୁ ଅନୁରୋଧ କରିଛନ୍ତି।

Share