Categories: ଜାତୀୟ

ଆଜିଠୁ ଭାଜପାର ୨ ଦିନିଆ ଜାତୀୟ କାର୍ଯ୍ୟକାରିଣୀ

ନୂଆଦିଲ୍ଲୀ,୨ା୬: ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଗୁରୁବାର ଓ ଶୁକ୍ରବାର ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏଥିରେ ଦଳର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସମେତ ସାରା ଦେଶର ବରିଷ୍ଠ ନେତାମାନେ ଏହି ବୈଠକରେ ସାମିଲ ହୋଇପାରନ୍ତି।

ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଭାଜପା ବିରୋଧୀ ମେଣ୍ଟ ଗଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ରାଜ୍ୟରେ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌)ର ମୁଖ୍ୟ ଚ୍ୟାଲେଞ୍ଜର ଭାବେ ଉଭା ହେବା ପାଇଁ ଏହି କାର୍ଯ୍ୟକାରିଣୀ ବୈଠକକୁ ଭାଜପାର ପ୍ରସ୍ତୁତି ବୋଲି କୁହାଯାଉଛି।

Share