Categories: ଜାତୀୟ

ନୁପୁର ଶର୍ମା ମାମଲାରେ ଭାଜପାର ୟୁଟର୍ନ…

ନୂଆଦିଲ୍ଲୀ, ୫।୬ : ମୁଖପାତ୍ର ନୁପୁର ଶର୍ମାଙ୍କ ମାମଲାରେ ଭାଜପା ୟୁଟର୍ନ ନେଇଛି। ନୁପୁର ମହାପୁରୁଷ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ଦେବା ପରେ ପ୍ରଥମ ଥର ପାଇଁ ଦଳ ଏକ ବିବୃତ୍ତି ଜାରି କରିଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି ଯେ ଏହା ସମସ୍ତ ଧର୍ମକୁ ସମ୍ମାନ କରେ ଏବଂ କୌଣସି ଧର୍ମ କିମ୍ବା ଧାର୍ମିକ ବ୍ୟକ୍ତିଙ୍କ ଅପମାନକୁ ଦୃଢ଼ ଭାବେ ନିନ୍ଦା କରେ। ଏହା ଦ୍ୱାରା ନୁପୁର ଏକୁଟିଆ ପଡ଼ି ଯାଇଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ସୂଚନା ଯୋଗ୍ୟ ଭାଜପା ମୁଖପାତ୍ର ନୁପୁର ଶର୍ମା କିଛି ଦିନ ପୂର୍ବରୁ ଏକ ଟିଭି ଚ୍ୟାନେଲରେ ମହାପୁରୁଷ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା। ସେବେଠାରୁ ବହୁ ମୁସଲମାନ ସଂଗଠନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଥିଲେ।

ଦଳର ସାଧାରଣ ସମ୍ପାଦକ ଅରୁଣ ସିଂ କହିଛନ୍ତି ଯେ ଦଳ ଯେ କୌଣସି ଧର୍ମ କିମ୍ବା ଧର୍ମକୁ ଅପମାନ କରୁଥିବା ବ୍ୟକ୍ତିଙ୍କୁ ବିରୋଧ କରିଥାଏ। ଭାଜପା ଏପରି ଲୋକଙ୍କୁ କିମ୍ବା ଧାରଣାକୁ ପ୍ରୋତ୍ସାହିତ କରେ ନାହିଁ।

ଦଳର ସାଧାରଣ ସମ୍ପାଦକ କୌଣସି ଘଟଣା କିମ୍ବା ବ୍ୟକ୍ତିବିଶେଷଙ୍କ ବିଷୟରେ ଉଲ୍ଲେଖ ନକରି କହିଛନ୍ତି ଯେ ହଜାର ହଜାର ବର୍ଷର ଭାରତ ଇତିହାସରେ ପ୍ରତ୍ୟେକ ଧର୍ମ ଭାରତରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ଭାରତର ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ନିଜ ପସନ୍ଦର ଯେ କୌଣସି ଧର୍ମ ପାଳନ କରିବାର ଅଧିକାର ଦେଇଥାଏ ଏବଂ ପ୍ରତ୍ୟେକ ଧର୍ମକୁ ସମ୍ମାନ ଦେଇଥାଏ।

ସେ  କହିଛନ୍ତି ଯେ ଭାରତ ସ୍ବାଧୀନତାର ୭୫ ତମ ବର୍ଷ ପାଳନ କରୁଥିବାବେଳେ ଆମେ ଭାରତକୁ ଏକ ମହାନ ଦେଶ ଭାବେ ଗଢ଼ି ତୋଳିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଭାରତରେ ସମସ୍ତ ଲୋକ ସମାନ, ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ଆମେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

Share