Categories: ଜାତୀୟ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗୁହାରି କଲେ ଚାଷୀ ନେତା ରାକେଶ ଟିକାଏତ

ନୂଆଦିଲ୍ଲୀ,୨୪ ।୯: ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ତଥା କୃଷକ ନେତା ରାକେଶ ଟିକାଏତ ଦେଶର ସମସ୍ୟା ଉପରେ ବିଦେଶୀ ହସ୍ତକ୍ଷେପ ଚାହୁଁଛନ୍ତି । କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ବିରୋଧ କରି କୃଷକ ନେତା ରାକେଶ ଟିକାଏତ ଟୁଇଟ୍ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କୃଷକ ଆନ୍ଦୋଳନକୁ ନେଇ ଆଲୋଚନା କରନ୍ତୁ । ରାକେଶ ଟିକାଏତ ଆମେରିକା ରାଷ୍ଟ୍ରପତିଙ୍କ ଟୁଇଟର ହ୍ୟାଣ୍ଡେଲକୁ ଟ୍ୟାଗ କରି ଲେଖିଛନ୍ତି, ଆମେ ଭାରତୀୟ କୃଷକ ମୋଦି ସରକାରଙ୍କ ଦ୍ୱାରା ମଞ୍ଜୁରୀ କରାଯାଇଥିବା କୃଷି ଆଇନକୁ ବିରୋଧ କରୁଛୁ । ଗତ ୧୧ ମାସ ହେବ ବିରୋଧ ପ୍ରଦର୍ଶନ କରି ପ୍ରାୟ ୭ଶହ କୃଷକଙ୍କ ମୃତ୍ୟୁ ହେଲାଣି । ଆମକୁ ବଞ୍ଚାଇବାକୁ ଏହି କଳା ଆଇନକୁ ନିରସ୍ତ୍ର କରାଯାଉ । ଦୟାକରି ମୋଦିଙ୍କ ସହ ସାକ୍ଷାତ୍‌କାର ସମୟରେ ଆମ ଚିନ୍ତା ଉପରେ ଧ୍ୟାନ ଦେବେ ।

Share