Categories: ଜାତୀୟ

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଜୁନ ୯ରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କଲା କିଷାନ ୟୁନିୟନ

ନୂଆଦିଲ୍ଲୀ,୬।୬: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଜୁନ ୯ରେ ଯନ୍ତରମନ୍ତରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ଭାରତୀୟ କିଷାନ ୟୁନିୟନର ନେତାମାନେ ବାତିଲ କରିଛନ୍ତି। କୃଷକ ନେତା ରାକେଶ ଟିକାଏତ୍‌ଙ୍କ ଅନୁଯାୟୀ, ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ ତାଙ୍କର ଆଲୋଚନା ଚାଲିଛି। ତାଙ୍କ ଅନୁରୋଧ କ୍ରମେ ଆମେ ଯନ୍ତରମନ୍ତରରେ ଜୁନ ୯ରେ ହେବାକୁ ଥିବା ବିରୋଧ ପ୍ରଦର୍ଶନକୁ ସ୍ଥଗିତ ରଖିଛୁ। ଆଗାମୀ ଦିନରେ କୁସ୍ତିଯୋଦ୍ଧା ଯେଉଁ ତାରିଖ ଦେବେ ଆମେ ନିଶ୍ଚିତ ଭାବରେ କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ କରିବୁ ବୋଲି ଟିକାଏତ୍‌ କହିଛନ୍ତି।

Share