‘୯୦ ଦିନରେ ବେଲୁଚିସ୍ତାନ ଛାଡୁ ଚାଇନା, ନଚେତ ଯୁଦ୍ଧ ପାଇଁ ରହୁ ପ୍ରସ୍ତୁତ’, ଡ୍ରାଗନକୁ ଚେତାବନୀ ଦେଲା ବିଏଲଏ

ବେଲୁଚିସ୍ତାନ,୧୪।୮: ପାକିସ୍ତାନର ବେଲୁଚିସ୍ତାନକୁ ଯାଇ ଖଣିଜ ସମ୍ପଦ ଲୁଟୁଥିବା ଚାଇନାକୁ ଅଲଟିମେଟମ ମିଳିଛି। ଚାଇନାକୁ ଚେତାବନୀ ଦିଆଯାଇଛି କି ୯୦ ଦିନ ମଧ୍ୟରେ ଯଦି ସେ ବେଲୁଚିସ୍ତାନରୁ ନ ବାହାରେ ତେବେ ଏହାର ମୁଖ୍ୟ ସ୍ଥାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ରହୁ। ଚାଇନାକୁ ଧମକ ଦେଉଥିବା ବ୍ୟକ୍ତି ଆଉ କହେି ନୁହେଁ ବରଂ ବାଲୁଚ ଲିବରେସନ ଆର୍ମି (ବିଏଲଏ)। ରବିବାର ବିଏଲଏ ଚାଇନା ନାଗରିକଙ୍କ ଉପରେ ଆକ୍ରମଣ କରିଥିଲା।
ବେଲୁଚିସ୍ତାନର ଗ୍ବାଦାର ବନ୍ଦରକୁ ଯାଉଥିବା ୨୩ଜଣ ଚାଇନା ନାଗରିକଙ୍କ ଏକ କନଭେ ଉପରେ ବିଏଲଏ ଆକ୍ରମଣ କରିଥିଲା। ଚାଇନାର ଇଞ୍ଜିନିୟରମାନଙ୍କ କନଭେରେ ତିନୋଟି ଏସୟୁଭି କାର ଏବଂ ଏକ ଭ୍ୟାନ ଅନ୍ତର୍ଭୁକ୍ତ ଥିଲା। ବିଏଲଏର ମାଜିଦ ବ୍ରିଗେ ର ଦୁଇ ଯୋଦ୍ଧା କନଭେ ଉପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଚାରି ଜଣ ଚାଇନା ନାଗରିକଙ୍କ ସମେତ ୧୩ଜଣଙ୍କର ମତ୍ୟୁ ହୋଇଥିବା ବିଏଲଏ ଦାବି କରିଛି। ଚାଇନା ମଧ୍ୟ ଆକ୍ରମଣ ମାମଲାକୁ ଗ୍ରହଣ କରିଥିଲା।

Share