Posted inଫୁରସତ

ଗୋଟିଏ କଳା ସେଓର ଦାମ୍‌ରେ କିଣିପାରିବେ ୫ ପ୍ରକାର ଫଳ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା

ସାଧାରଣତଃ ସେଓ ପ୍ରାୟ ସମସ୍ତେ ଦେଖିଥିବେ। ମାତ୍ର ବ୍ଲାକ୍‌ ଡାଏମଣ୍ଡ ଆପଲ ବା କଳା ହୀରା ସେଓ ହୁଏତ କମ୍‌ ଲୋକ ଦେଖିଥିବେ। ଆପଣ ଭାବୁଥିବେ ଏହି ସେଓରେ କେହି ବୋଧେ ରଙ୍ଗ ବୋଳି ଦେଇଛି। କିନ୍ତୁ ନା ପ୍ରାକୃତିକ ରୂପରେ ହିଁ ଏହା କଳା। ଏପରି ସେଓ ତିବ୍ବତ ଏବଂ ଭୂଟାନରେ ଦେଖିବାକୁ ମିଳିଥାଏ। ଏହାକୁ ‘ହୁଆ ନିଉ’ ପ୍ରଜାତିର କୁହାଯାଏ। ଯାହାକି ଏକ ସ୍ବତନ୍ତ୍ର କାରଣ ପାଇଁ କଳା ହୋଇଥାଏ।

What is Black Diamond Apple and is it healthy? - Times of India

ଏହି ସେଓ ତିବ୍ବତର ନିଙ୍ଗାଚି ଅଞ୍ଚଳରେ ପ୍ରଚୁର ପରିମାଣରେ ଫଳିଥାଏ। ଦିନରେ ସୂର୍ଯ୍ୟକିରଣ ଏହା ଉପରେପଡ଼ିବାରୁ ଅଲଟ୍ରାଭାଓଲେଟ୍‌ କିରଣ ସେଓ ଉପରେ ଅଧିକ ପଡ଼ିଥାଏ ଏବଂ ରାତିରେ ତାପମାତ୍ରା କମିଥାଏ। ତାପମାତ୍ରା ବଦଳୁଥିବାରୁ ସେଓ ଉପରେ ଏହାର ପ୍ରଭାବ ପଡ଼ିଥାଏ। ତେଣୁ ଏହା କଳାରଙ୍ଗ ହୋଇଥାଏ।

Guide to Black Diamond Apples and Arkansas Black Apples

ସବୁଠୁ ଆଶ୍ଚର୍ଯ୍ୟର କଥା ସେଓ କଳା ହେଲେ ମଧ୍ୟ ଏହାର ଭିତର ଅଂଶ ଅନ୍ୟ ସେଓ ପରି ହୋଇଥାଏ। ଏହି ସେଓ ୫ରୁ ୮ ବର୍ଷ ମଧ୍ୟରେ ଫଳ ଆସିଥାଏ। ଯାହା କେବଳ ୨ ମାସ ପର୍ଯ୍ୟନ୍ତ ରହିଥାଏ। ଏହି ସେଓର ଦାମ୍‌ ଅନ୍ୟ ସେଓ ତୁଳନାରେ ଢେର ଅଧିକ। ଏପରିକି ଗୋଟିଏ ସେଓର ଦାମ୍‌ ୫୦୦ରୁ ୧୬୦୦ ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ଲାଲ୍‌ ସେଓଠାରୁ ଏହା ଅଧିକ ଉପକାରୀ। ଏଥିରେ ପୋଷକତତ୍ତ୍ୱ ଅଧିକ ପରିମାଣର ଥାଏ। ଯାହାକି ଶରୀର ପାଇଁ ବେଶ୍‌ ଲାଭଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମାନନ୍ଦ ମହାରାଜଙ୍କ ଭୟଙ୍କର ଭବିଷ୍ୟବାଣୀ: କହିଲେ କଳିଯୁଗରେ କ’ଣ ଘଟିବ, ଶୁଣିଲେ ଥରିଉଠିବେ…

ନୂଆଦିଲ୍ଲୀ,୧୦।୩: ପ୍ରେମାନନ୍ଦ ଜୀ ମହାରାଜଙ୍କ କୌଣସି ପରିଚୟର ଆବଶ୍ୟକତା ନାହିଁ। ବୃନ୍ଦାବନର ପ୍ରସିଦ୍ଧ ସନ୍ଥଙ୍କୁ ଭେଟିବା ପାଇଁ ଦେଶ ଏବଂ ବିଦେଶରୁ ଲୋକମାନେ ଆସନ୍ତି। ଆଜିକାଲି...

୧୮ ବର୍ଷୀୟଙ୍କ ମୁହଁରେ ସବୁଠୁ ବେଶି କେଶ

ଭୋପାଳ: ମଧ୍ୟପ୍ରଦେଶର ରତ୍‌ନାମ ନିବାସୀ ଲଳିତ ପାଟିଦାର (୧୮)ଙ୍କ ନାମ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସ (ଜିଡବ୍ଲ୍ୟୁଆର୍‌)ରେ ସ୍ଥାନିତ ହୋଇଛି। ମୁହଁରେ ସବୁଠାରୁ ଅଧିକ କେଶ ଥିବା...

ସବୁଠୁ ଡ଼େଙ୍ଗା ବାସ୍କେଟବଲ ଖେଳାଳି

ଉତ୍ତର ପ୍ରଦେଶ କାନପୁରରେ ପୁନମ ଚତୁର୍ବେଦୀଙ୍କର ଜନ୍ମ। ହାଇସ୍କୁଲରେ ପଢ଼ିବାବେଳକୁ ତାଙ୍କର ଉଚ୍ଚତା ଅସ୍ବାଭାବିକଭାବେ ବଢ଼ି ଛଅଫୁଟ ହୋଇ ସାରିଥିଲା। ଫଳରେ ସେ ଭିଡ଼ ଭିତରୁ...

ନିଆରା ରଙ୍ଗୋଲି

ହିନ୍ଦୁଧର୍ମରେ ରଙ୍ଗୋଲିର ମହତ୍ତ୍ୱ ବହୁତ ରହିଛି। ଖାସ୍‌କରି ପର୍ବ ପର୍ବାଣିରେ ରଙ୍ଗୋଲି କରିବା ଶୁଭ ମନେକରାଯାଏ। ଏହାଦ୍ୱାରା ଦେବୀ ଦେବତା ପ୍ରସନ୍ନ ହେବା ସହ ଘରେ...

ମିନି ଚେୟାର୍‌ର ଦୁନିଆ

ଛୋଟ ପିଲା ଖାସ୍‌କରି କୁନି ଝିଅମାନେ ଖେଳଣା କଡେଇ, ଡେକ୍‌ଚି, ଘରର ବିଭିନ୍ନ ଆସବାବପତ୍ର ଯେମିତି କି, ଚେୟାର, ଟେବୁଲ, ଖଟ ଆଦି ଧରି ଖେଳିବା...

ଗାଈ କ୍ଷୀରଠୁ ବି ଅଧିକ ପୁଷ୍ଟିକର ଅସରପା କ୍ଷୀର, ଜାଣନ୍ତୁ କ’ଣ କୁହନ୍ତି ବୈଜ୍ଞାନିକ

ସାଧାରଣତଃ ସୁସ୍ଥ ରହିବା ପାଇଁ, ଲୋକମାନେ ସୁପର ଖାଦ୍ୟକୁ ପ୍ରାଥମିକତା ଦିଅନ୍ତି। ଯେପରିକି ସବୁଜ ପନିପରିବା, ପ୍ରୋଟିନ ଏବଂ ଚର୍ବିଯୁକ୍ତ ଖାଦ୍ୟ। ଯଦି କେହି ଆପଣଙ୍କୁ...

ହୋଲିରେ ଘରକୁ କ’ଣ ଆଣିବା ଶୁଭ

ରଙ୍ଗର ପର୍ବ ହୋଲି ସଭିଙ୍କ ମନରେ ଖୁସି ଭରିଦିଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପବିତ୍ର ଦିନରେ କିଛି ଖାସ୍‌ ଜିନିଷ ଘରକୁ ଆଣିବା ବି ଶୁଭ...

VIDEO: ମହୁମାଛିର ଶିକାର ହେଲା ସିଂହ, ଆଉ ତା’ ପରେ ଯାହା ହେଲା…

ଦୂରରୁ ଲୋକଙ୍କୁ ଜଙ୍ଗଲ ଦୁନିଆ ବହୁତ ସୁନ୍ଦର ଦେଖାଯାଇପାରେ କିନ୍ତୁ ଏହି ଦୁନିଆ ବହୁତ ବିପଦପୂର୍ଣ୍ଣ ଏବଂ ଅନେକ ଥର ଏଠାରେ ଏପରି ଜିନିଷ ଦେଖାଯାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image