କଳା ସେଓ

 

ସେଓ ଶରୀର ପାଇଁ ବେଶ୍‌ ଉପକାରୀ। ଡାକ୍ତର ଏହାକୁ ପ୍ରତିଦିନ ନିଜ ଖାଦ୍ୟ ତାଲିକାରେ ସାମିଲ କରିବାକୁ ପରାମର୍ଶ ଦିଅନ୍ତି। ତେଣୁ ବଜାରରେ ସେଓ ସବୁବେଳେ ମିଳିଥାଏ। ଲାଲ, ସବୁଜ ରଙ୍ଗର ସେଓ ତ ସମସ୍ତେ ଦେଖିଥିବେ। ହେଲେ କେବେ କଳାରଙ୍ଗର ସେଓ ଦେଖିଛନ୍ତି। ଭାବୁଥିବେ କଳାରଙ୍ଗର ସେଓ କ’ଣ ସତରେ ଅଛି! ବାସ୍ତବରେ ଏହି ରଙ୍ଗର ସେଓ ଅଛି। ଆଉ ଏହା ‘ବ୍ଲାକ ଡାଇମଣ୍ଡ’ ଆପଲ୍‌ ନାମରେ ପରିଚିତ। ଏହା କେବଳ ତିବ୍ବତର ପାହାଡିଆ ଅଞ୍ଚଳରେ ଫଳିଥାଏ। ଏହା ଅନ୍ୟ ସେଓ ଅପେକ୍ଷା ଅଧିକ ମହଙ୍ଗା। ହୁଆ ନିଉ ପ୍ରଜାତିର ଏହି ସେଓ ପ୍ରକୃତରେ ଗାଢ ବାଇଗଣୀ ରଙ୍ଗର। କିନ୍ତୁ ଏହା କଳା ସେଓ ପରି ଲାଗେ ଓ ଏହା ଦେଖିବାକୁ ବେଶ୍‌ ସୁନ୍ଦର। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ତତ୍ୱ ଶରୀର ପାଇଁ ବେଶ୍‌ ଉପକାରୀ। ଏହାକୁ ନିୟମିତ ସେବନ କଲେ ଫଙ୍ଗାଲ ଇନଫେକ୍ସନରୁ ସୁରକ୍ଷା ମିଳେ, ରୋଗ ପ୍ରତିରୋଧକ ଶକ୍ତି ବଢେ। ତା’ସହ ଶରୀରର ହାନିକାରକ କୋଲେଷ୍ଟୋରାଲର ମାତ୍ରା ନିୟନ୍ତ୍ରଣରେ ରହେ। ଯଦ୍ୱାରା ହୃଦ୍‌ଘାତର ଆଶଙ୍କା ବି କମିଯାଏ। ଏଥିରେ ଭିଟମିନ ଏ ପ୍ରଚୁର ମାତ୍ରାରେ ଥାଏ, ଯାହାକି ଦୃଷ୍ଟିଶକ୍ତି ବୃଦ୍ଧି କରିବା ସହ ଆଖିର ବିଭିନ୍ନ ରୋଗକୁ ବି ଦୂର କରେ। ଏହାର ସେବନ ଦ୍ୱାରା ମସ୍ତିସ୍କ ଓ ତ୍ୱଚା ବି ସୁସ୍ଥ ରହେ।

Share