ବାରଙ୍ଗ,୨୩।୧୦(ଡି.ଏନ୍.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷକ ହିମାଳୟ ଅଣ୍ଡିରା କଳାଭାଲୁ ମୋତିର ଶନିବାର ମୃତ୍ୟୁ ଘଟିଛି। ୧୬ବି ଏନକ୍ଲୋଜରରେ ରହୁଥିବା ମୋତି ୨୦ବର୍ଷର ହୋଇଥିଲା। ୧୩ ସେପ୍ଟେମ୍ବର ୨୦୧୩ରେ ରାଞ୍ଚି ପ୍ରାଣୀ ଉଦ୍ୟାନରୁ ମୋତିକୁ ନନ୍ଦନକାନନ ଅଣାଯାଇଥିଲା। ଚଳିତବର୍ଷ ସେପ୍ଟେମ୍ବର ୫ ପରେ ସେ ଅସୁସ୍ଥ ହେବା ଜଣାପଡ଼ିଥିଲା। କ୍ରମଶଃ ଆଖିକୁ ଦେଖା ନ ଯିବା ସହ ବାର୍ଦ୍ଧକ୍ୟ ଗ୍ରାସ କରିଥିଲା। ଚିକିତ୍ସା ସତ୍ତ୍ୱେ ସ୍ବାସ୍ଥ୍ୟରେ ସୁଧାର ନ ଆସିବାରୁ ଅକ୍ଟୋବର ୫ରେ ସ୍ବାସ୍ଥ୍ୟ କମିଟିର ସଦସ୍ୟମାନେ ଆସି ମୋତିର ପରୀକ୍ଷା ନିରୀକ୍ଷା କରି ଫେରିଥିଲେ। ପରେ ଶନିବାର ସକାଳେ ମୋତି ମରିପଡ଼ିଥିବାର କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ମୋତିର ମୃତ୍ୟୁ ପରେ କଳାଭାଲୁଙ୍କ ସଂଖ୍ୟା ହ୍ରାସ ପାଇ ୫ରେ ପହଞ୍ଚତ୍ଛି।