ଜାମୁକୋଳି ଦେଖିବାକୁ ଯେତିକି ସୁନ୍ଦର ସେତିକି ସ୍ବାଦିଷ୍ଟ ମଧ୍ୟ। ଏହା ବର୍ତ୍ତମାନ ବଜାରରେ ପ୍ରଚୁର ପରିମାଣରେ ମିଳୁଛି। ଯାହାକି ସ୍ବାସ୍ଥ୍ୟ ପକ୍ଷେ ବହୁ ଉପକାରୀ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଭରି ରହିଛି। ଫଳରେ ସଂକ୍ରମଣ ସମସ୍ୟାରୁ ଦୂରେଇ ରଖିଥାଏ। ଏଥିରେ ପ୍ରଚୁରମାତ୍ରାରେ ଭିଟାମିନ୍ ସି ଏବଂ ଆଇରନ୍ ରହିଛି। ଡାଇବେଟିସ୍, ହୃଦରୋଗୀଙ୍କ ପାଇଁ ବହୁ ଲାଭଦାୟକ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଜାମୁକୋଳି ଖାଇଲେ ରକ୍ତର ସ୍ତର ବଢ଼ିଥାଏ। ଏହା ସୁଗାର ସ୍ତର ନିୟନ୍ତ୍ରଣ କରିଥାଏ। ଏଥିରେ ଫାଇବର ମଧ୍ୟ ରହିଛି। ଫଳରେ ପେଟ ଯନ୍ତ୍ରଣା, ଏସିଡିଟି, ଛାତିରେ ଜ୍ବଳନ ଏବଂ ଅର୍ଶ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଜାମୁକୋଳି ରାମବାଣ ସଦୃଶ କାମ କରିଥାଏ। ଶରୀରରେ ଜଳୀୟ ଅଂଶ କମ୍ ଥିଲେ ଜାମୁକୋଳି ଜୁସ୍ ପିଇବା ଲାଭଦାୟକ ହୋଇଥାଏ।