Posted inଜାତୀୟ

ମାଲୟାଲମ୍‌ ସିନେମାର କଳା ଅଧ୍ୟାୟ: ଗୁପ୍ତ କ୍ୟାମେରାରେ ହେଉଥିଲା ନଗ୍ନ ଭିଡିଓ

ଥିରୁଭାନନ୍ଥପୁରମ୍‌,୧ା୯: ଜଷ୍ଟିସ୍‌ ହେମା କମିଟି ରିପୋର୍ଟ ମାଲୟାଲମ୍‌ ଚଳଚ୍ଚିତ୍ର ଶିଳ୍ପର ପାଣ୍ଡୋରା ବାକ୍ସ ଖୋଲିଥିବାବେଳେ ଅଭିନେତ୍ରୀମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବାର ନୂଆ ନୂଆ ଘଟଣା ପ୍ରତିଦିନ ପ୍ରଘଟ ହେବାରେ ଲାଗିଛି। ଖ୍ୟାତନାମା ଅଭିନେତ୍ରୀ ରାଧିକା ଶରଥକୁମାର ମାଲୟାଲମ ଚଳଚ୍ଚିତ୍ରରେ କାର୍ଯ୍ୟ କରିବାର ଅଭିଜ୍ଞତା ଶେୟାର କରିଛନ୍ତି। ହିରୋଇନ୍‌ମାନଙ୍କୁ ନେବାଆଣିବା କରୁଥିବା କାରାଭାନ୍‌ରେ ଗୁପ୍ତ କ୍ୟାମେରା ଲଗାଯାଇ ନଗ୍ନ ଦୃଶ୍ୟ ରେକର୍ଡ କରାଯାଉଥିଲା ବୋଲି ସେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ଉକ୍ତ ଭିଡିଓକୁ ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ ପୁରୁଷ ଲୋକମାନଙ୍କ ମଧ୍ୟରେ ବ୍ୟାପକ ଭାବେ ଶେୟାର କରାଯାଉଥିଲା। ଏହାକୁ ଅଲଗା ଫୋଲ୍ଡରରେ ଷ୍ଟୋର କରି ରଖାଯାଉଥିଲା। ସବୁ ଫୋଲ୍ଡରକୁ ଭିନ୍ନ ଭିନ୍ନ ଅଭିନେତ୍ରୀଙ୍କ ନାଁରେ ନାମିତ କରାଯାଇଥିଲା। ଇଣ୍ଡଷ୍ଟ୍ରି ସହ ଜଡ଼ିତ ପୁରୁଷମାନେ ସେମାନଙ୍କ ମୋବାଇଲ ଫୋନ୍‌ରେ ଉକ୍ତ ଭିଡିଓ ଦେଖୁଥିଲେ। ଏହି କାରଣରୁ ସେ ହୋଟେଲରେ ରହିବା ବନ୍ଦ କରିଦେବା ସହ ଶୁଟିଂ ସମୟରେ କାରାଭାନ ବ୍ୟବହାର କରିବାକୁ ମନା କରିଦେଇଥିଲେ ବୋଲି ରାଧିକା କହିଛନ୍ତି। ତେବେ ସେ ଅନ୍ୟ ଅଭିନେତ୍ରୀମାନଙ୍କୁ ଲଜ୍ଜିତ କରିବାକୁ ଚାହୁଁ ନ ଥିବାରୁ ଉକ୍ତ ଚଳଚ୍ଚିତ୍ରର ନାଁ କହିବାକୁ ମନା କରିଦେଇଛନ୍ତି।

ହେମା କମିଟିର ରିପୋର୍ଟକୁ ରାଧିକା ସ୍ବାଗତ କରିଛନ୍ତି। ରିପୋର୍ଟରେ ଯାହା ଉଲ୍ଲେଖ ରହିଛି, ସେଭଳି ଅଭିଜ୍ଞତା ତାଙ୍କର ଅଙ୍ଗେନିଭା ଘଟଣା ଥିଲା। ସେ ୪୦ ବର୍ଷରୁ ଊର୍ଦ୍ଧ୍ୱ ମଲିଉଡ୍‌ (ମାଲୟାଲମ ଚଳଚ୍ଚିତ୍ର ଜଗତ)ରେ କାମ କରିଥିଲେ। ତାଙ୍କୁ ପୁରୁଷମାନେ ଅସଦ୍‌ବ୍ୟବହାର କରୁଥିଲେ ବୋଲି ଅଭିନେତ୍ରୀ କହିଛନ୍ତି। ସିନେମା ଶିଳ୍ପରେ ଯୌନ ନିର୍ଯାତନା ଏବଂ ପକ୍ଷପାତ ଘଟଣା ପଦାକୁ ଆସିବା ସତ୍ତ୍ୱେ ପୁରୁଷମାନେ ନୀରବ ରହିବା ଘଟଣାରେ ରାଧିକା ଚିନ୍ତା ପ୍ରକଟ କରିଛନ୍ତି।
ସେହିପରି ଅନ୍ୟତମ ବର୍ଷୀୟାନ ଅଭିନେତ୍ରୀ ମାଲା ପାର୍ବତୀ ଆଉ ଏକ ଲଜ୍ଜାଜନକ ଘଟଣା ପ୍ରଘଟ କରିଛନ୍ତି। ୨୦୧୦ରେ ଅପୂର୍ବରାଗମ୍‌ ଚଳଚ୍ଚିତ୍ର ଶୁଟିଂ ବେଳେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ଚଳଚ୍ଚିତ୍ରରେ ତାଙ୍କ ସ୍ବାମୀ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଜଣକ ତାଙ୍କ ଝିଅ ଭୂମିକା ନିଭାଉଥିବା ଅଭିନେତ୍ରୀଙ୍କୁ ଗୋଟିଏ ହାତରେ ସ୍ପର୍ଶ କଲାବେଳେ ଅନ୍ୟ ହାତରେ ତାଙ୍କ ଶରୀରକୁ ଅଣ୍ଡାଳିଥିଲେ ବୋଲି ମାଲା କହିଛନ୍ତି। ଏହି ଘଟଣାରେ ତାଙ୍କୁ ଅତ୍ୟନ୍ତ ବାଧିଥିଲା ଏବଂ ସେ ୬ ମାସ ଯାଏ ସିନେମାରେ କାମ କରିବା ବନ୍ଦ କରିଦେଇଥିଲେ। ତେବେ ଏଭଳି ଅପରାଧ ବିରୋଧରେ ସ୍ବର ଉଠାଇବା ପାଇଁ ସ୍ବାମୀଙ୍କ ପରାମର୍ଶକ୍ରମେ ମାଲା ପୁଣିଥରେ ଚଳଚ୍ଚିତ୍ର ଜଗତକୁ ଫେରିଥିଲେ ବୋଲି କହିଛନ୍ତି।
ଜଣେ ଯୁବ ଅଭିନେତ୍ରୀଙ୍କ ଅଭିଯୋଗ ଆଧାରରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରଞ୍ଜିଥ୍‌ଙ୍କ ନାଁରେ କୋଚି ପୋଲିସ ମାମଲା ରୁଜୁ କରିଛି। ଅଡିଶନ ଦେବାକୁ କହି ରଞ୍ଜିଥ୍‌ ଉକ୍ତ ଅଭିନେତ୍ରୀଙ୍କୁ ବେଙ୍ଗାଲୁରୁର ଏକ ହୋଟେଲକୁ ଡାକିଥିଲେ। ତାଙ୍କୁ ସିନେମାରେ ରୋଲ୍‌ ଦେବାର ପ୍ରଲୋଭନ ଦେଖାଇ ଜବରଦସ୍ତ ଉଲଗ୍ନ କରିବା ସହ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।

ମାଲୟାଲମ୍‌ ଚଳଚ୍ଚିତ୍ରରେ ମହିଳା କଳାକାରମାନଙ୍କ ପ୍ରତି ଯୌନ ନିର୍ଯାତନା ସମ୍ପର୍କିତ ହେମା କମିଟି ରିପୋର୍ଟ ଆସିବାର ସପ୍ତାହେ ପରେ ବର୍ଷୀୟାନ ଅଭିନେତା ତଥା ଏଏମ୍‌ଏମ୍‌ଏ (ଆସୋସିଏଶନ ଅଫ୍‌ ମାଲୟାଲାମ ମୁଭି ଆର୍ଟିଷ୍ଟସ୍‌)ର ପୂର୍ବତନ ଅଧ୍ୟକ୍ଷ ମୋହନଲାଲ୍‌ ଶନିବାର ପ୍ରଥମ ଥର ମୁହଁ ଖୋଲିଛନ୍ତି। ଚଳଚ୍ଚିତ୍ର ସଂଗଠନ ପରିଚାଳନା ସଂସ୍ଥାର କେତେଜଣ ସଦସ୍ୟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ନୈତିକତା ଦୃଷ୍ଟିରୁ ସେ ଗତ ୨୭ ତାରିଖରେ ଏଏମ୍‌ଏମ୍‌ଏର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଚଳଚ୍ଚିତ୍ର ଶିଳ୍ପକୁ ଧ୍ୱଂସ ନ କରିବାକୁ ସେ ପ୍ରତ୍ୟେକଙ୍କୁ ନିବେଦନ କରିଛନ୍ତି। ଘଟଣାର ତଦନ୍ତ ଚାଲିଥିବାରୁ ଏଏମ୍‌ଏମ୍‌ଏ ଉପରେ ସବୁ ଫୋକସ୍‌ ନ କରିବାକୁ ମୋହନଲାଲ କରିଛନ୍ତି। ହେମା କମିଟି ରିପୋର୍ଟକୁ ଆମେ ସ୍ବାଗତ କରୁଛୁ। ତେବେ ସବୁ ପ୍ରଶ୍ନର ଉତ୍ତର ଏଏମ୍‌ଏମ୍‌ଏ ଦେଇପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଟିବାୟୋଟିକ୍‌ରେ ଭଲ ହେଉନି ଟାଇଫଏଡ୍‌, ନିମୋନିଆ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨୩ା୯: ମୁତ୍ରନଳୀରେ ସଂକ୍ରମଣ (ୟୁଟିଆଇ), ରକ୍ତ ସଂକ୍ରମଣ, ନିମୋନିଆ, ଟାଇଫଏଡ୍‌ ଭଳି କେତେକ ରୋଗ ସାଧାରଣ ଆଣ୍ଟିବାୟୋଟିକ୍‌ରେ ଆଉ ଭଲ ହେଉନାହିଁ। ଏହି ରୋଗ ସୃଷ୍ଟି...

ଏହି ୧୬ ଔଷଧକୁ ବିଷାକ୍ତ ଘୋଷଣା କଲା ଡିସିଜିଆଇ

ନୂଆଦିଲ୍ଲୀ,୨୩ା୯:ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ୧୬ଟି ସାଧାରଣ ବ୍ୟବହୃତ ଔଷଧକୁ ବିଷାକ୍ତ ଘୋଷଣା କରିଛନ୍ତି। ଏହି ଔଷଧଗୁଡ଼ିକ ନିୟାମକର ମାନ ଏବଂ ନରାପତ୍ତା ପରୀକ୍ଷାରେ ବିଫଳ...

“ଧର୍ମନିରପେକ୍ଷତା ୟୁରୋପୀୟ ଧାରଣା, ଭାରତରେ ଏହାର ଆବଶ୍ୟକତା ନାହିଁ”: ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ,୨୩।୯: ଧର୍ମନିରପେକ୍ଷତାର ଉତ୍ପତ୍ତି ତଥା ଏହାର ଅର୍ଥ ଉପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବିଙ୍କ ମନ୍ତବ୍ୟ ପୁଣି ଏକ ବଡ଼ ବିବାଦ ସୃଷ୍ଟି କରିଛି। ଏହି...

ପୋଲିସ ଉପରକୁ ଗୁଳି ଚଳାଇଲେ ବଦ୍‌ଲାପୁର ଅଭିଯୁକ୍ତ

ପୁଣେ,୨୩।୯: ମହାରାଷ୍ଟ୍ରର ବଦଲାପୁର ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଶିନ୍ଦେ ସୋମବାର ପୋଲିସ ଉପରକୁ ଗୁଳି ଚଳାଇନ୍ତି। ସେ ଏହି ଘଟଣା କରିବାବେଳେ...

ଚତୁର୍ଥଥର ଭାଜପା ସରକାର ଆସିବ କୌଣସି ଗ୍ୟାରେଣ୍ଟି ନାହିଁ, କିନ୍ତୁ…କାହିଁକି ଏମିତି କହିଲେ ନିତିନ ଗଡକରୀ

ନାଗପୁର,୨୩।୯: ନାଗପୁରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ମୋଦି ସରକାରଙ୍କ ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ମୁଖ୍ୟ ରାମଦାସ...

ତିରୁପତି ଲଡୁ ବିବାଦ: ମୋଦି ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୩।୯: ତିରୁପତି ମନ୍ଦିର ସହ ଜଡିତ ଲଡୁ ବିବାଦରେ ମୋଦିସରକାର ବଡ ପଦକ୍ଷେପ ନେଇଛନ୍ତି। ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘିଅ ଯୋଗାଣକାରୀ କମ୍ପାନୀକୁ ଏକ କାରଣ...

ନୂଆ ରଣନୀତିରେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୩ା୯: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ନୂଆ ରାଜନୈତିକ ରଣନୀତି ଆପଣାଇଛନ୍ତି। କେଜ୍‌ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ...

ପାତାଳରେ ରହିଲେ ବି ବଞ୍ଚି ପାରିବ ନାହିଁ ଚାଇନା-ପାକିସ୍ତାନ! ଡିଲ ପକ୍କା କରିବେ ଡୋଭାଲ

ନୂଆଦିଲ୍ଲୀ,୨୩।୯: ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏଭଳି ଚୁକ୍ତି ହେବାକୁ ଯାଉଛି, ଯାହାକୁ ଶୁଣିଲେ ପାତାଳରେ ଥିବା ଶତ୍ରୁମାନଙ୍କର ଦାନ୍ତବି ଖଟା ହୋଇଯିବ। ଭାରତର କୂଟନୈତିକ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri