ଧବଳ ଟଗର ଉପରେ କଳା ଆବରଣ

ସହଦେବ ସାହୁ

 

ଭଗବାନଙ୍କ ଦୟା ଅଛି ବୋଲି ତୁମେ ଶକ୍ତିଶାଳୀ ହୋଇଛ, ଉଲ୍ଲାସରେ ଜୀବନ କାଟୁଛ-ଏଭଳି ଧାରଣା ମନ୍ଦିରଗୁଡ଼ିକରେ ପୂଜକମାନେ କହନ୍ତି, ଆଉ ଧର୍ମଗୁରୁ ଓ ପ୍ରବଚକମାନେ ପ୍ରଚାର କରନ୍ତି। ତୁମର ଧନ ବଢ଼ୁଛି ମାନେ ଭଗବାନ ତୁମ ଉପରେ ପ୍ରସନ୍ନ! ଏପରି ଧାରଣା ଅନୈତିକ ଆଚରଣ ବଢ଼ାଉଛି: ସ୍ବାର୍ଥ ସିଦ୍ଧି ପାଇଁ ଭକ୍ତି ବଢୁଛି! ଚୋର ଚୋରି କରିବା ପୂର୍ବରୁ, ଠକ ପରୀକ୍ଷାର୍ଥୀ କପି କରିବା ପୂର୍ବରୁ ଠାକୁରଙ୍କୁ ଡାକୁଛି ତ କଳାବଜାରି ଦୋକାନ ଦୁଆରେ ଠାକୁରମାନଙ୍କ ଫଟୋକୁ ପୂଜା କରୁଛି। ଭେଜାଲ ଜିନିଷ ତିଆରି କରିବା ଓ ବିକିବା ଏକ ପାପ ବୋଲି ମନକୁ ଆସୁନାହିଁ – ଏପରି ମନୋଭାବ ସହସ୍ରବର୍ଷର ନଗର ‘ମିଲେନିୟମ ସିଟି’ର କେତେକ ବ୍ୟବସାୟୀଙ୍କୁ ଏତେ ଉଦ୍‌ବୁଦ୍ଧ କରିଛି ଓ କରୁଛି ଯେ ଜୀବନରକ୍ଷାକାରୀ ଔଷଧ ନାଁରେ ମୃତ୍ୟୁ-ଆହରଣକାରୀ ଦ୍ରବ୍ୟ ବିକୁଛନ୍ତି। ହୃଦ୍‌ରୋଗ ଓ ଉଚ୍ଚ ରକ୍ତଚାପ ଉପଶମ ପାଇଁ ଯଥାକ୍ରମେ ଉଦ୍ଦିଷ୍ଟ ‘ଟେଲ୍‌ମା 40’ ଓ ‘ଟେଲ୍‌ମା ଏଏମ୍‌’ ଔଷଧ ନାଁରେ ଭେଜାଲ କେମିକାଲର ବଟିକା ବିକୁଛନ୍ତି। ବିଷ ଦେଇ ରୋଗୀକୁ ହତ୍ୟା ଉଦ୍ୟମ କରୁଛନ୍ତି ବୋଲି ସେମାନେ ଭାରତୀୟ ପିଙ୍ଗଳ ସଂହିତା ଅନୁଯାୟୀ ଦଣ୍ଡିତ ହେବା କଥା! ସ୍ବାଦିଷ୍ଟ ପାନୀୟ, ଲୁଗାଧୁଆ ଡିଟର୍‌ଜେଣ୍ଟ, ଦୈନନ୍ଦିନ ବ୍ୟବହାରର ଲୁଣ, ଘିଅ, ଦୁଧ, ଛେନା ଆଦି ସାମଗ୍ରୀର ନକଲି କରି ବିକୁଥିବା ଲୋକମାନଙ୍କ କାରଖାନାମାନ ‘ଧବଳ ଟଗର’ ଉପରେ କଳା ବୋଳିଦେଲାଣି। ଜଣାଶୁଣା କମ୍ପାନୀର ଲେବୁଲ କପି କରି ଲଗାଯାଇଥିବାରୁ ଶିକ୍ଷିତ ଗ୍ରାହକମାନେ ଠକାମି ଧରିପାରୁନାହାନ୍ତି। ନକଲ ପଛରେ ସରକାରୀ କର୍ମଚାରୀଙ୍କ ଢିଲାମି ଦାୟୀ, ଏପରି ଢିଲାମି ପଛରେ ଦୋକାନୀର ‘ମାସିକିଆ’ ଦାୟୀ, ମାସିକିଆ ପଛରେ ମନ୍ତ୍ରୀଙ୍କ ବଦଳି କରିବାର ସାମର୍ଥ୍ୟ ଏବଂ ଏପରି ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ରଖିଥିବା ସରକାର ଦାୟୀ। ଲାଞ୍ଚର ଏ ଶିଡ଼ି ସମାଜକୁ କଳଙ୍କିତ ଓ ଅସୁସ୍ଥ କରିଦେଉଛି । ଏପରି କର୍ମଚାରୀମାନେ ଗୋଟିଏ ଇଲାକାରେ ବେଶିଦିନ ରହିଲେ, ଦୁଇ ତିନି ବର୍ଷରେ ବଦଳି ନ ହେଲେ ଲାଞ୍ଚନେବାର ସୁଯୋଗ ଆସିଯାଏ, ଏ ସୁଯୋଗ ଦିଅନ୍ତି ବିଭାଗୀୟ ମନ୍ତ୍ରୀ। ସମସ୍ତେ ସେମାନଙ୍କ ଦାୟିତ୍ୱବୋଧ ହରାଇ ଟଙ୍କାପଇସା ଗୋଟାଇବାରେ, ରିସ୍ପତ ନେବାରେ ଲାଗିପଡୁଛନ୍ତି ସମାଜ ପଛେ ରସାତଳକୁ ଯାଉ।
ଭାରତ କୁଆଡ଼େ ଔଷଧ କାରବାରରେ ପ୍ରମୁଖ ଭୂମିକା ନେଉଛି ବୋଲି ପ୍ରଧାନମନ୍ତ୍ରୀ କହିହେଉଛନ୍ତି। ଆମ ଦେଶର କଫ ସିରପ୍‌ ଗାମ୍ବିଆ (ଆଫ୍ରିକା)ରେ ପିଲାମାନଙ୍କ ମାରକ ହୋଇପଡ଼ିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ହୁ) ଅଧ୍ୟକ୍ଷ ଏହି ମାସରେ କହିଛନ୍ତି। ଏଥିରେ ଡାଇଏଥିଲିନ୍‌ ଗ୍ଲାଇକୋଲ୍‌ ଓ ଏଥିଲିନ ଗ୍ଲାଇକୋଲ୍‌ ଅତ୍ୟଧିକ ପରିମାଣରେ ଅଛି, ଯାହା ବୃକ୍କକୁ ଖରାପ କରିଦିଏ। ଆମେରିକାରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ କମ୍ପାନୀର ଶିଶୁ(ବେବି)-ତୈଳ ଓ ଶିଶୁ ପାଉଡର କର୍କଟ ରୋଗର ଆବାହକ ବୋଲି ଜଣାପଡ଼ିବା ପରେ ତାହାସବୁ ସେଠାରେ ନିଷିଦ୍ଧ ହୋଇଗଲା, ଅଥଚ ଆମ ଦେଶର ତନଖିକାରୀ ଅଫିସରମାନେ କହିଲେ ଯେ, ତହିଁରେ ଥିବା କର୍କଟକାରୀ ଆଜବେଷ୍ଟସ୍‌ ପରିମାଣ ଏତେ କମ୍‌ ଯେ ଭାରତୀୟଙ୍କ ଦେହରେ ଚଳିଯିବ; ଯେଭଳି କେତେକ ମିଷ୍ଟ ପାନୀୟରେ ଥିବା ବିଷାକ୍ତ କେମିକାଲ ପରିମାଣ ଭାରତୀୟଙ୍କ ପାଇଁ ସହନୀୟ ବୋଲି ଆମ ଦେଶର ପରୀକ୍ଷାକାରୀମାନେ କହୁଛନ୍ତି। ଏପରି ଦୁଇ ରକମର ନୈତିକତା ପଛରେ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ନିର୍ବାଚନୀ ଦାନ ନାହିଁକି? ଆମ ରାଜ୍ୟର ସାଢ଼େ ଚାରି କୋଟି ଯାକ ଲୋକ ଶାସକ ଦଳର ‘ଆମ ପରିବାର’, କିନ୍ତୁ ସେମାନଙ୍କ ପାଇଁ ମାତ୍ର ୬୦ଟି ଔଷଧ କମ୍ପାନୀ ଲାଇସେନ୍ସ ପାଇଛନ୍ତି, ତାହା ପୁଣି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ୍‌ଏସ୍‌ଏମ୍‌ଇ) ସେକ୍ଟରରେ। ଗୋଟିଏ ହେଲେ ବଡ଼ କମ୍ପାନୀ ନାହିଁ। ଔଷଧ ପାଇଁ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭର କରୁଛି। ମେଞ୍ଚା ମେଞ୍ଚା ପୁଞ୍ଜିପତିଙ୍କୁ ଆମନ୍ତ୍ରଣ କରୁଥିବା ଓଡ଼ିଶା ସରକାର ଗୋଟିଏ ହେଲେ ଔଷଧ ତିଆରି କାରଖାନା ପାଇଁ ନିମନ୍ତ୍ରଣ କରୁନାହାନ୍ତି।
କୋଭିଡ୍‌-୧୯ ମହାମାରୀରେ ଆଣ୍ଟିଭାଇରାଲ୍‌ ଔଷଧ ‘ଫାବିପିରାବୀର’ର ପ୍ରବଳ ଚାହିଦା ହେଲା ତ ଦୋକାନୀମାନେ ନକଲି ଫାବିପିରାବୀର ବିକିବା ଆରମ୍ଭ କରିଦେଲେ। ନିମ୍ନମାନର ଓ ନକଲି ଔଷଧ ତିଆରି ପରିମାଣ ୨୦୨୧ରେ ଗତବର୍ଷ ତୁଳନାରେ ୪୭% ବଢ଼ିଗଲା। ସଙ୍କଟ ଯେତେ ବଢ଼େ ମୁନାଫାଖୋରମାନେ ସେତେ ବେଶି ଠକନ୍ତି, ସେମାନେ ଯେତେ ବେଶି ଠକନ୍ତି ସେତେ ଲାଭ ଓ ସେତେ ବେଶି ଦାନ ଶାସକ ଦଳର ପାଣ୍ଠିକୁ ଦେବେ ଓ ସେ ଦଳର ମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ଚାମ୍‌ଚାମାନଙ୍କୁ ଦେବେ। ତେଣୁ ଶାସକଦଳ କାଉଣ୍ଟର ଫିଟିଂ ପ୍ରକ୍ରିୟାର ଉଦ୍ରେକ କରିଥାଏ ଧରାଧରି ପ୍ରକ୍ରିୟାକୁ ଢିଲା କରି।
ଦି ଇକନମିଷ୍ଟ ପତ୍ରିକା କଳନା କରିଛି ଯେ, ପୃଥିବୀରେ ୮୦% ଲୋକ ଜାଣିଶୁଣି ବା ଅଜାଣତରେ ନକଲି ସାମଗ୍ରୀ ବ୍ୟବହାର କରୁଛନ୍ତି। ସାମଗ୍ରୀର ଦର ଯେତେ ବଢୁଛି ଆମେ ସେତେ ଠକିଯାଉଛୁ ଶସ୍ତାରେ ଯୋଗାଉଥିବା ଦୋକାନୀଠାରୁ। ଆଣ୍ଟିକାଉଣ୍ଟର ଫିଟିଂ କୌଶଳ, ଯଥା ଥର୍ମାଲ୍‌ ସିଲ୍‌, ସିକ୍ୟୁରିଟି ସିଲ୍‌, ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେଶନ ଟ୍ୟାଗ୍‌, ହଲୋଗ୍ରାମ୍‌, କ୍ୟୁ ଆର୍‌ କୋଡ୍‌ ଆଦି କିଛି କାହିଁକି କାମରେ ଆସୁନାହିଁ? ଏ ସବୁ ପଛରେ ଗ୍ରାହକର ଗୋଟିଏ ମାନସିକତା-ଦୋଷ ଅଛି। ଯେତେବେଳେ ସେ ଏକ ବ୍ରାଣ୍ଡର ଜିନିଷ କିଣୁଛି ସେ ଏକ ସ୍ବପ୍ନ ଜଗତରେ ଘୂରୁଛି, ସାଧାରଣ ଲୋକଠାରୁ ଉଚ୍ଚତର ଦୁନିଆରେ ଅଛି ବୋଲି ଭାବୁଛି। ନାମୀ ବ୍ରାଣ୍ଡର ଜିନିଷ ଯଦି ବିଲାତି କି ମାର୍କିନ୍‌ ଭଳି ବିଦେଶୀ ତା ତ ଆହୁରି ଭଲ। ତା’ ମତରେ ବିଲାତି ମଦ ପର୍ସନାଲିଟି ବଢ଼ାଏ। ତା’ ମତରେ ଜେନେରିକ୍‌ ଔଷଧ ଆଉ ଦେଶୀ ମଦ ଦଳିତମାନଙ୍କ ପାଇଁ। କିନ୍ତୁ ବ୍ରାଣ୍ଡ ଥିବା କମ୍ପାନୀ ତ ଖୁବ୍‌ ଦୂରରେ, କୋଉ ବଡ଼ ସହର ପାଖ ଅଜଣା ଶିଳ୍ପାଞ୍ଚଳରେ। ତା’ ଜିନିଷ ପାଖରେ ଓ କମ୍‌ ଦରରେ ମିଳିଲେ ସେ ଖୁସିରେ ନିଏ। ଏ ପ୍ରକାର ମାନସିକତା ହିଁ ନକଲକାରୀଙ୍କୁ ଉସୁକାଏ। କୋହଳ ଦଣ୍ଡବ୍ୟବସ୍ଥା ବି। ଭାରତୀୟ ପିଙ୍ଗଳ ସଂହିତା ୧୮୬୦ରେ ତିଆରି ହେଲାବେଳେ ଇଂରେଜ ବଣିକମାନେ ପାଖଆଖର ଯେଉଁ ଭାରତୀୟଙ୍କ ସାହାଯ୍ୟ ନେଉଥିଲେ ସେମାନଙ୍କ ଦୋଷତ୍ରୁଟିକୁ କୋହଳ ଦୃଷ୍ଟିରେ ଦେଖୁଥିଲେ। ତେଣୁ ଆଇପିସିରେ ବ୍ୟବସାୟିକ ଅପରାଧ ପାଇଁ କୋହଳ ଦଣ୍ଡ ବ୍ୟବସ୍ଥା ରଖାଯାଇଥିଲା, ଯଥା ସେକ୍ସନ ୨୬୪ ଓ ୨୬୭ରେ ଓଜନ କରିବାର ଠକିବା ଯନ୍ତ୍ର ରଖିବା ଓ ବ୍ୟବହାର ମାତ୍ର ବର୍ଷେ ଯାଏ ଜେଲ୍‌ ଆଉ ଜରିମାନା ବା ଉଭୟ। ସେକ୍ସନ ୨୭୨ ରୁ ୨୭୬ରେ ଖାଦ୍ୟ ବା ପାନୀୟ ମିଶାମିଶି କରି ହାନିକାରକ କଲେ ଆହୁରି କମ୍‌ ଦଣ୍ଡ – ୬ ମାସ ଯାଏ ଜେଲ୍‌ ବା ୧୦୦୦ ଟଙ୍କା ଯାଏ ଜରିମାନା ବା ଉଭୟ ବ୍ୟବସ୍ଥା ରହିଲା। ବ୍ରାଣ୍ଡ ନାଁରେ ନକଲି ସାମଗ୍ରୀ ବିକିଲେ ୪୭୯ରୁ ୪୮୯ ଧାରା ଅନୁଯାୟୀ ସେହି ହାଲୁକା ଦଣ୍ଡ, ଟିକିଏ ବେଶି (ଧାରା ୪୮୩), ଦୁଇ ବର୍ଷ ଜେଲ୍‌ ଓ ଜରିମାନା, ପୁଣି ଜାମିନଯୋଗ୍ୟ। ଖାଦ୍ୟ ବା ଔଷଧ ଭେଜାଲ ହେଲେ ତାହା ମୃତ୍ୟୁମୁହଁକୁ ଟାଣିନେବ, ତେଣୁ ଆଟେମ୍ପ୍‌ଟ ଟୁ ମର୍ଡର (ହତ୍ୟା ଉଦ୍ୟମ) ପାଇଁ ଦଣ୍ଡ ପାଇବା କଥା। ସେକ୍ସନ ୨୭୨ରୁ ୨୭୬କୁ ବଙ୍ଗ ଓ ୟୁପି ୧୯୭୩ ଓ ୧୯୭୫ରେ ସଂଶୋଧନ କରି ଦଣ୍ଡ ପରିମାଣ ବଢ଼ାଇ ଆଜୀବନ ଜେଲ୍‌ କରିଦେଲେ, କିନ୍ତୁ ଓଡ଼ିଶା ଏଯାଏ ଚୁପ୍‌। ତାହା ହେଉନାହିଁ ତ ଏ କି ନ୍ୟାୟ? ଗାଁ ଗଣ୍ଡାରେ ମହିଳାମାନେ ମଦଦୋକାନ ଭାଙ୍ଗୁଥିଲେ ବି ମହିଳାମାନଙ୍କୁ ସଶକ୍ତ କରୁଛନ୍ତି କହୁଥିବା ସରକାର ଚାରିଆଡ଼େ ଓ ଦିନରାତି ୨୪ ଘଣ୍ଟା ମଦ ଦୋକାନ ଖୋଲା ରଖୁଛନ୍ତି। କାରଣ ବିଧାୟକମାନେ ସମାଜର ଭଲ ଚିନ୍ତା କରିପାରୁନାହାନ୍ତି, ଭୋଟରମାନଙ୍କୁ ଭୁଲାଇବାରେ ସରକାରୀ ଯୋଜନା ଓ ଅର୍ଥ ଲଗାଇ ଦେଉଛନ୍ତି। ଆଜିର ଡିଜିଟାଲ ଯୁଗରେ ଲ’ ଏନ୍‌ଫୋର୍ସମେଣ୍ଟ କରିବା କାହିଁକି କଷ୍ଟ ହେଉଛି? ନକଲି ଔଷଧ ବିକି ଧରାପଡ଼ିବା ପରେ ଅର୍ଥାତ୍‌ ବହୁତ ଲୋକ ମଲାପରେ ୨୦୨୩ରେ ଦେଶସାରା କ୍ୟୁଆର୍‌ କୋଡ୍‌ ଲାଗିବ ବୋଲି ଆମେ ଶୁଣୁଛୁ। ଓଡ଼ିଶାରେ ସରକାର ସମସ୍ତଙ୍କୁ ତାଙ୍କର କୁଟୁମ୍ବ ଭଳି ଦେଖିବେ ବୋଲି ଯେଉଁ ‘ଆମ ପରିବାର’ ଯୋଜନା କରିଛନ୍ତି ସେଥିରେ କ’ଣ ଲୁଣ, ଦୁଧ, ଘିଅ, ବିଭିନ୍ନ ଖାଦ୍ୟ ତଥା ପାନୀୟ ଓ ଔଷଧ ଭଳି ସାମଗ୍ରୀକୁ ଭେଜାଲ କରି ମୃତ୍ୟୁର ସୌଦାଗର ସାଜିଥିବା ଲୋକେ ବି କୁଟୁମ୍ବ?
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri