ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଗଲା କଳାଜିରା ଚାଉଳ

କୋରାପୁଟ,୧।୨(ଅମିତାଭ ବେହେରା): ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଲିମଟେଡ୍‌ ତରଫରୁ ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଶ୍ରୀକ୍ଷେତ୍ର ପୁରୀକୁ କଳାଜିରା ଚାଉଳ ପଠାଯାଇଛି। ଗୁରୁବାର ଶାବର ଶ୍ରୀକ୍ଷେତ୍ର କୋରାପୁଟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଚାଷୀମାନେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଶ୍ରୀକ୍ଷେତ୍ର ପୁରୀ ମନ୍ଦିର ପ୍ରଶାସନର ଅନୁରୋଧ କ୍ରମେ ପ୍ରଥମ କରି ଏକ କ୍ୱିଣ୍ଟାଲ କଳାଜିରା ଚାଉଳ ପୁରୀକୁ ପଠାଯାଇଥିବା ଜୈବିକ ଶ୍ରୀ କୃଷକ ଉତ୍ପାଦକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମୁରଲୀ ଅଧିକାରୀ କହିଛନ୍ତି।

Share