ଗୁଆହାଟି, ୨୫।୧: ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅସାମ ଗସ୍ତ ସମୟରେ କଳା ପତାକା ପ୍ରଦର୍ଶନ ସହିତ ମଶାଲ ଶୋଭାଯାତ୍ରା କରାଯାଇଛି। ଅଲ୍ ଆସାମ ଷ୍ଟୁଡେଣ୍ଟସ୍ ୟୁନିଅନ ଏବଂ କୃଷକ ମୁକ୍ତି ସଂଗ୍ରାମ ସମିତି ପକ୍ଷରୁ ଏଭଳି ପ୍ରଦର୍ଶନ କରାଯାଇଛି। ସିଏଏ ଯୋଗୁ ଆସାମ ବାସିନ୍ଦାଙ୍କ ଅସ୍ତିତ୍ୱ ଭାଷା, ସଂସ୍କୃତି ଏବଂ ପରିଚିତି ବିପଦରେ ପଡ଼ିବ ବୋଲି ଅଲ୍ ଆସାମ ଷ୍ଟୁଡେଣ୍ଟସ୍ ୟୁନିଅନର ଅଧ୍ୟକ୍ଷ ଦିପାଙ୍କ କୁମାର ନାଥ ଅଭିଯୋଗ କରିଛନ୍ତି। ସରକାର ଏହି ଆଇନକୁ ଫେରାଇ ନେବା ଉଚିତ ବୋଲି ସେ କହିଛନ୍ତି।