ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ: ଜୀବନ ବଞ୍ଚାଇବା ଲାଗି କଢ଼ାଗଲା ଆଖି…

ଯୋଧପୁୁର,୧୬।୫: କରୋନାରେ ମହାମାରୀ ସଂକ୍ରମଣ ସହିତ ଦେଶରେ ବ୍ଲାକ୍‌ ଫଙ୍ଗସ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଧୀରେଧୀରେ ବ୍ଲାକ୍‌ ଫଙ୍ଗସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଜଣେ ମହିଳାଙ୍କ ଜୀବନ ବଞ୍ଚାଇବା ଲାଗି ବ୍ଲାକ୍‌ ଫଙ୍ଗସ୍‌ରେ ସଂକ୍ରମିତ ହୋଇଥିବା ଆଖିକୁ ଅପରେଶନ କରି କାଢ଼ି ନିଆଯାଇଛି। ରାଜସ୍ଥାନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯୋଧପୁରର ଏମ୍‌ଡିଏମ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ଆଖିରେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ହେବାରୁ ବାଧ୍ୟ ହୋଇ ଏଭଳି କରାଯାଇଛି। ଏପରି କରାଯାଇ ନ ଥିଲେ ମହିଳାଙ୍କ ମୃତ୍ୟୁ ଘଟିଥାନ୍ତା ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ମହିଳାଙ୍କ ଜୀବନର ବଞ୍ଚିଗଲା, ମାତ୍ର ସେ ସବୁଦିନ ପାଇଁ ଦୃଷ୍ଟି ଶକ୍ତି ହରାଇ ବସିଲେ।

Share