ଗ୍ବାଲିଅରର ଏକ ଧନୀ ବସ୍ତିରେ ରାତିରେ ଗୋଟିଏ କଳା ଚିତାବାଘ ଚଳପ୍ରଚଳ କରୁଥିବା ସିସିଟିଭିରେ କଏଦ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ବନବିଭାଗ କର୍ମଚାରୀ ପହଞ୍ଚି ବାଘ ଖୋଜିବା ଆରମ୍ଭ କରିଛନ୍ତି। ଭୂମିରେ ପଡ଼ିଥିବା ପାଦ ଚିହ୍ନରୁ ଏହା ଚିତାବାଘର ବୋଲି ଲୋକେ ଚିହ୍ନଟ କରିଥିଲେ। ପରେ ବନବିଭାଗକୁ ଖବର ଦେଇଥିଲେ।
ବନବିଭାଗ କର୍ମଚାରୀମାନେ ପହଞ୍ଚି ବାଘକୁ ଖୋଜିବାରେ ଲାଗିଛନ୍ତି। ତେବେ ଏହି ଚିତାଟି କଳା ରଙ୍ଗର ବୋଲି ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି। ଲୋକଙ୍କର ଯେପରି କୌଣସି କ୍ଷତି ନ ଘଟିବ ସେନେଇ ବନବିଭାଗ ସଜାଗ ରହିଛି।