ଗୁଣିଗାରେଡ଼ି ସନ୍ଦେହ: ମୃତ ବ୍ୟକ୍ତିଙ୍କ ଜୁଇରେ ଅନ୍ୟଜଣଙ୍କୁ ମାରି ଜାଳିଦେଲେ

କୋରାପୁଟ/ନାରାୟଣପାଟଣା,୯ା୧୨(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ୫ଜଣ ମାରିଦେଇ ଅନ୍ୟଜଣେ ମୃତ ବ୍ୟକ୍ତି ପୋଡାଯାଉଥିବା ଯୁଇରେ ପକାଇ ଜାଳି ଦେଇଛନ୍ତି। ଏ ନେଇ ବନ୍ଧୁଗାଁ ଥାନାରେ ନଂ. ୧୧୨/୨୪ରେ ମାମଲା ରୁଜୁ ହୋଇଛି। ୫ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।

ସୂଚନାଯୋଗ୍ୟ, କୋରାପୁଟ ଜିଲା ବନ୍ଧୁଗାଁ ଥାନା ଜାର୍ପା ଗାଁ’ର ଦସ ମୀନ୍ୟାକା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ରବିବାର ଅପରାହ୍ନରେ ତାଙ୍କର ମତ୍ୟୁ ହୋଇଥିଲା। ପ୍ରଥମେ ଦସଙ୍କ ଭାଇ ଜଙ୍ଗାମାଙ୍କର ମୃତ୍ୟୁ ଘଟିଥିବା ଆଖପାଖ ପ୍ରଚାରିତ ହୋଇଥିଲା। ଘଟଣାରେ କେହି ମୁଁହ ଖୋଲୁନଥିବାରୁ ଏହା ଠିକ୍‌ ଭାବେ ଜଣାପଡି ନ ଥିଲା। ବନ୍ଧୁଗାଁ ପୋଲିସ ତନାଘନା କରିବାପରେ ପ୍ରକୃତ ସତ୍ୟ ପଦାକୁ ଆସିଛି।

ଜାର୍ପା ଗାଁ’ର ଶିବ ମିନ୍ୟାକାଙ୍କ ସହ ଦସ ମିନ୍ୟକା ଏବଂ ତାଙ୍କ ସମ୍ପର୍କୀୟ ଭାଇଙ୍କର ପୂର୍ବ ଶତ୍ରୁତା ଲାଗି ରହିଥିଲା। ବିଭିନ୍ନ ସମୟରେ ଶିବ ମିନ୍ୟାକା ଦସ ଓ ତାଙ୍କ ସମ୍ପର୍କୀୟ ଭାଇମାନଙ୍କୁ ଗୁଣି ଗାରେଡ଼ି କରି ଜୀବନରେ ମାରି ଦେବାକୁ ଧମକ ଦେଉଥିଲେ। ହଠାତ୍‌ ଦସଙ୍କର ରବିବାର କୌଣସି କାରଣରୁ ମୃତ୍ୟୁ ହୋଇଥିଲା। ମୃତଦେହ ଦାହ ହେଉଥିବା ସ୍ଥାନକୁ ଶିବ ଯାଇଥିବା ବେଳେ ଦସଙ୍କ ପରିବାର ଏବଂ ସମ୍ପର୍କୀୟ ୫ଜଣ ତାଙ୍କୁ ଗୁଣି ସନ୍ଦେହରେ କାଠଫାଳିଆରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଶିବଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ଚପାଇ ଦେବାପାଇଁ ଶିବଙ୍କ ମୃତଦେହ ଦସଙ୍କ ଜୁଇରେ ରଖି ଜାଳିଦେଇଥିଲେ। ପରେ ଗାଁ ଓ ସମ୍ପର୍କୀୟମାନଙ୍କୁ ଘଟଣା ବିଷୟରେ କାହାରିକୁ କିଛି ନ କହିବାକୁ ତାଗିଦ କରିଥିଲେ।

ଯେଉଁଥିପାଇଁ ଶିବଙ୍କ ପରିବାର ଲୋକେ ଭୟରେ ପୋଲିସରେ ଅଭିଯୋଗ କରି ନ ଥିଲେ। ସୋମବାର ସକାଳେ ଘଟଣା ପ୍ରଚାରିତ ହୋଇଥିଲା। ପରେ ବନ୍ଧୁଗାଁ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଓ ସାଇଣ୍ଟିଫିକ୍‌ ଟିମ୍‌, କୋରାପୁଟ ଅତିରିକ୍ତ ଏସ୍‌ପି ମନୋବ୍ରତା ଶତପଥୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବାରୁ ଗୁଣିଗାରେଡ଼ି ସନ୍ଦେହରେ ଶିବଙ୍କୁ ହତ୍ୟା କରିଥିବା ଅଭିଯୁକ୍ତମାନେ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍ନତ ପରେ ଶିମିଳିପାଳ ଛାଡ଼ିଲା ଯମୁନା

ବାରିପଦା,୧7ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ଜେନେଟିକ୍‌ ଡାଇଭର୍ସିଟି (ବଂଶାନୁକ୍ରମିକ ବିବିଧତା) ପରିବର୍ତ୍ତନ କରିବା ନେଇ ଆରମ୍ଭ ହୋଇଥିବା ମିଶନ...

OISFରେ ସୃଷ୍ଟି କରାଯିବ ୬ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ

କଟକ,୧୬।୧୨: ପୋଲିସ ବାହିନୀକୁ ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ ଶୀଘ୍ର ପୂରଣ କରାଯିବ। ସୋମବାର ଓଡ଼ିଶା ହାବିଲଦାର...

ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼: ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ରାଜ୍ୟର ଐତିହ୍ୟ ଓ ବିକାଶ

ଭୁବନେଶ୍ୱର,୧୬ା୧୨(ଅନିଲ ଦାସ)-ଆସନ୍ତା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଭୁବନେଶ୍ବରସ୍ଥିତ ଗାନ୍ଧୀ ମାର୍ଗରେ ପ୍ରଜ୍ଞାପନ ମେଢ଼ ଗଡ଼ିବ । ଏଥିରେ ରାଜ୍ୟର ଐତିହ୍ୟ, ପରମ୍ପରା, ଅସ୍ମିତା...

ବଡଦିନ ଶାନ୍ତିଶୃଙ୍ଖଳାରେ ପାଳନ ପାଇଁ: ପ୍ରଶାସନ ତତ୍ପର 

ଦାରିଙ୍ଗବାଡି,୧୬।୧୨ (ଅରୁଣ ସାହୁ): ଆଉ କିଛିଦିନ ପରେ ବଡଦିନ ଆସୁଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ଦାରିଙ୍ଗବାଡି ଏବେଠାରୁ ଚଳଚଞ୍ଚଳ ହୋଇଉଠିଲାଣି। ଖ୍ରୀଷ୍ଟଧର୍ମାଲମ୍ବୀମାନେ ଏହି ପର୍ବ...

ବାଇକ୍‌ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଜୁନାଗଡ଼/କୋକସରା,୧୬ା୧୨ (ସୁନୀଲ କୁମାର ସିଂହ/ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପଖନାଗୁଡା ଛକ ନିକଟରେ ସୋମବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ...

ଜାଲ୍‌ ଜାତି ପ୍ରମାଣପତ୍ର ବାତିଲ ଦାବି : ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ରାସ୍ତାରୋକୋ

ବଲାଙ୍ଗୀର,୧୬ା୧୨(ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇ ଏକ...

ଓଡ଼ିଶାକୁ ଆଗ୍ରାଧିକାର: ଜାନୁଆରୀ ମାସରେ ୨ ଥର ଆସିବେ ପ୍ରଧାନମନ୍ତ୍ରୀ

କଟକ,୧୬।୧୨: ଜାନୁଆରୀ ମାସରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଆସନ୍ତା ମାସରେ ଭୁବନେଶ୍ୱରରେ...

ଦଲାଲଙ୍କ ପ୍ରତି ସତର୍କ ରହିବାକୁ ଚେତେଇଦେଲା OPSC: ଜାଣନ୍ତୁ କିପରି କରିବେ ଅଭିଯୋଗ ?

କଟକ,୧୬।୧୨: ରାଜ୍ୟରେ ସରକାରୀ ନିଯୁକ୍ତିରେ ଦୁର୍ନୀତି ହେଉଥିବା ଖୋଦ ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିବା ପରେ ଏହି ବିଷୟକୁ ନେଇ ବିବାଦ ସହିତ ଚର୍ଚ୍ଚା ମଧ୍ୟ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri