ସ୍ବିସ୍‌ ବ୍ୟାଙ୍କରେ ୧୧ପ୍ରତିଶତ ହ୍ରାସ ପାଇଛି ଭାରତୀୟଙ୍କ ଜମା ରାଶି

ସ୍ବିଜରଲ୍ୟାଣ୍ଡ/ନୂଆଦିଲ୍ଲୀ,୨୩।୬: ସ୍ବିସ୍‌ ବ୍ୟାଙ୍କରେ ଭାରତୀୟ ନାଗରିକ ଓ ଫାର୍ମା କମ୍ପାନୀ ଦ୍ୱାରା ଜମା ରାଶି ୨୦୨୨ମସିହାରେ ୧୧ପ୍ରତିଶତ ହ୍ରାସ ପାଇଛି। ତାହା ୩୦,୦୦୦କୋଟି ଟଙ୍କା ହୋଇ ଯାଇଛି। ଏଥିରେ ଭାରତର ଅନେକ ଶାଖା ଏବଂ ଅନ୍ୟାନ୍ୟ ବିତ୍ତୀୟ ପ୍ରତିଷ୍ଠାନଗୁଡିକର ଜମାରାଶି ମଧ୍ୟ ଅନ୍ତର୍ଭୁକ୍ତ। ଏନେଇ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ସୱିଜରଲ୍ୟାଣ୍ଡ ସୂଚନା ଦେଇଛି।

୧୪ବର୍ଷର ଉଚ୍ଚତମ ସ୍ତର ଏବଂ ଦୁଇ ବର୍ଷର ଅଭିବୃଦ୍ଧି ପରେ ୨୦୨୧ମସିହାରେ ସିଏଚଏଫ୍‌ ୩.୮୩ବିଲିୟନରେ ପହଞ୍ଚିଥିଲା। ତେବେ ଏହାପରେ ଭାରତୀୟ ଗ୍ରାହକଙ୍କ ମୂଳ ଅର୍ଥର ହ୍ରାସ ଦେଖିବାକୁ ମିଳିଥିଲା। ଗ୍ରାହକଙ୍କ ଜମା ଆକାଉଣ୍ଟରେ ୩୪ପ୍ରତିଶତ ହ୍ରାସ ପାଇଛି। ଯାହା ୭ବର୍ଷ ମଧ୍ୟରେ ସର୍ବାଧିକ।

Share