ହେଲମେଟରେ କଳା ନାଗ, ଅଳ୍ପକେ ବଞ୍ଚିଲା ଜୀବନ, ସୋସିଆଲ ମିଡ଼ିଆରେ ଭାଇରାଲ…

ଥିରୁଭାନନ୍ତପୁରମ,୮।୧୦ : କେରଳରେ ଜଣେ ବ୍ୟକ୍ତି ବିଷାକ୍ତ କଳା ନାଗ କାମୁଡ଼ାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାସ୍ତବରେ ତାଙ୍କ ବାଇକ ହେଲମେଟ ଭିତରେ ଏକ କଳା ନାଗ ସାପ ଦେଖିବାକୁ ମିଳିଥିଲା। ଥ୍ରୀସୁରର ବାସିନ୍ଦା ସୋଜନ ତାଙ୍କ ଅଫିସରେ ପାର୍କିଂ ହୋଇଥିବା ସ୍କୁଟର ନିକଟରେ ଥିବା ପ୍ଲାଟଫର୍ମରେ ହେଲମେଟ ରଖିଥିଲେ। ପରେ ସନ୍ଧ୍ୟାରେ ଯେତେବେଳେ ସେ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଥିଲେ, ସେତେବେଳେ ସେ ଦେଖିଲେ ତାଙ୍କ ହେଲମେଟରେ କିଛି କଳା କଳା ରହିଛି ।

ଏହା ସାପ ପରି ଦେଖାଯାଉଥିଲା। ଏହା ପରେ ସେ ତୁରନ୍ତ ଜଙ୍ଗଲ ବିଭାଗକୁ ହେଲମେଟରେ ସାପ ଦେଖିବା ବିଷୟରେ ସୂଚନା ଦେଇଥିଲେ, ଏହା ପରେ ଲିଜୋ ନାମକ ଜଣେ ସ୍ବେଚ୍ଛାସେବୀ ସାପକୁ ଧରିବା ପାଇଁ ସେଠାରେ ପହଞ୍ଚିଥିଲେ।

ଲିଜୋ ପ୍ରଥମେ ହେଲମେଟକୁ ଅତି ନିକଟରୁ ଯାଞ୍ଚ କରି ଜାଣିଥିଲେ ଭିତରେ ଏକ ଛୋଟ କଳା ନାଗ ସାପ ରହିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ଫୁଟେଜରେ ଏହା ଦେଖିବାକୁ ମିଳୁଛି।

ସାପ ବିଶେଷଜ୍ଞ ଲିଜୋଙ୍କ ଅନୁଯାୟୀ ଏହି ସାପଟି ୨ ମାସର ଥିଲା। ଲିଜୋ ଏହା ମଧ୍ୟ କହିଛନ୍ତି ଏହା କାମୁଡ଼ିବା ଜୀବନ ପାଇଁ ଏକ ବଡ଼ ବିପଦ ହୋଇପାରେ। ଏକ ବଡ ନାଗ କାମୁଡ଼ିବା ଅପେକ୍ଷା ଏକ ଛୋଟ ନାଗ କାମୁଡ଼ିବା ଅଧିକ ବିପଜ୍ଜନକ ଅଟେ।

Share