ହେମଗିରରେ ପୁଣି ଠାବ ହେଲା କଳାବାଘ

ସୁନ୍ଦରଗଡ,୫।୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ବନଖଣ୍ଡର ହେମଗିର ବନାଞ୍ଚଳ ଅଧୀନ ଦାଘୋରା ଜଙ୍ଗଲର ଗର୍ଜନ ପାହାଡରେ ପୁଣି ବ୍ଲାକ୍‌ ପାନ୍ଥର ବା କଳାବାଘ ଠାବ ହୋଇଛି। ଜଙ୍ଗଲ ବିଭାଗ ପକ୍ଷରୁ ଏହି ଜଙ୍ଗଲରେ ଲଗାଯାଇଥିବା ଟ୍ରାପ୍‌ କ୍ୟାମେରାରେ ଏହି ବିରଳ କଳାବାଘର ଫଟୋ କଏଦ ହୋଇଛି ବୋଲି ସୁନ୍ଦରଗଡ ଡିଏଫ୍‌ଓ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି।

ଶନିବାର ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଡିଏଫ୍‌ଓ ମିରାସେ ସୁନ୍ଦରଗଡ ବନଖଣ୍ଡରେ ବିଭିନ୍ନ ବନ୍ୟଜନ୍ତୁଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେଇ ଏହି ବ୍ଲାକ୍‌ ପାନ୍ଥର (କଳାବାଘ) ଓଡିଶା-ଛତିଶଗଡ଼ ସଂଲଗ୍ନ ହେମଗିର ଜଙ୍ଗଲରେ ଚଳପ୍ରଚଳ କରୁଥିବା ଜଣାଯାଇଛି ବୋଲି କହିଥିଲେ। ସେ ଆହୁରି କହିଥିଲେ, ୨୦୧୮ରେ ପ୍ରଥମେ ଏହି କଳାବାଘ ଉକ୍ତ ଜଙ୍ଗଲରେ ଠାବ ହୋଇଥିଲା। ପୁଣି ୨୦୨୨ ଓ ୨୦୨୩ରେ ମଧ୍ୟ ଟ୍ରାପ୍‌ କ୍ୟାମେରାରେ କଳାବାଘକୁ ଠାବ କରାଯାଇଥିଲା। ଏଥର ୩ ମାସ ତଳେ ପୁଣି କ୍ୟାମେରାରେ ଚିହ୍ନଟ ହୋଇଛି।

ଏ ସମ୍ପର୍କରେ ସୂଚନା ମିଳିବା ପରେ କ୍ୟାମେରା ଫୁଟେଜ୍‌ ସଂଗ୍ରହ କରି ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ନିକଟକୁ ପଠାଇ ଦିଆଯାଇଥିଲା। ଯାଞ୍ଚ ପରେ ୨୦୧୮ରେ ଠାବ ହୋଇଥିବା ଏହି ସେହି କଳାବାଘ ବୋଲି ଜଣାପଡ଼ିଛି। ଏହା ଜଣାପଡିବା ପରେ ବାଘଟିର ସୁରକ୍ଷା, ଉତ୍ତମ ପରିବେଶ ସହ ଖାଦ୍ୟପେୟ ଅନ୍ୟ ବନ୍ୟଜନ୍ତୁ ବୃଦ୍ଧି ସକାଶେ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହ ବନ୍ୟ ସୁରକ୍ଷା ସାଥୀ ଗଠନ କରି ଏହାର ଗତିବିଧି ଉପରେ ନଜର ରଖାଯାଇଛି ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ...

ପୁଣି ପୋଲିସର ଦାଦାଗିରି: ଦୁଇ ଭାଇଙ୍କୁ ଉଠାଇ ନେଇ ଦେଲେ ଥାର୍ଡ ଡିଗ୍ରୀ

ବଣାଇଁ, ୫।୧୦(ପ୍ରଦୀପ ତ୍ରିପାଠୀ): ଦୁଇ ମାସ ତଳେ ରେଳ ଇଞ୍ଜିନରୁ ତେଲ ଚୋରି ଘଟଣାରେ ସମ୍ପୃକ୍ତି ଦର୍ଶାଇ ଗତ ୨ ତାରିଖ ରାତିରେ ରେଲୱେ ପୋଲିସ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ବ୍ଲକରେ ହେବ…

ଭୁବନେଶ୍ୱର,୫।୧୦: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓଙ୍କ ବଡ଼ ସୂଚନା। ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର। ଆଗାମୀ ୫ ବର୍ଷରେ ପ୍ରତି ବ୍ଲକରେ ହେବ ଶୀତଳ...

ଭାଜପାରେ ମିଶିଲେ ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜୁ ଛାତ୍ର ଜନତା ଦଳର କେନ୍ଦୁଝର ଜିଲା ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ଶନିବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ...

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ୱାର୍ଡମେମ୍ବର

ଭବାନୀପାଟଣା,୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ଅର୍ତ୍ତଲ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି...

ଅଗ୍ନିବୀର ନିଯୁକ୍ତି ପାଇଁ ବଡ଼ ପ୍ରସ୍ତୁତି: ଡିସେମ୍ବର ୬ରୁ…

ରାଉରକେଲା,୫।୧୦(ବିପ୍ଳବ ରଞ୍ଜନ ଦାଶ): ଭାରତୀୟ ସେନା ପାଇଁ ହେବାକୁ ଥିବା ଅଗ୍ନିବୀର ନିଯୁକ୍ତି ମେଳା ଆୟୋଜନ ନେଇ ଏକ ଜିଲା ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri