ଶିମିଳିପାଳରେ ହେବ କଳାବାଘ ସଫାରୀ

ଭୁବନେଶ୍ୱର,୨୪ା୧(ଅସମାପିକା ସାହୁ): ମୟୂରଭଞ୍ଜ ଜିଲାର ଶିମିଳିପାଳରେ କଳାବାଘର ସଫାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ବୁଧବାର ଘୋଷଣା କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତି, ମୟୂରଭଞ୍ଜର ଶିମିଳିପାଳ ଟାଇଗର ରିଜର୍ଭ ନିକଟରେ ଓଡ଼ିଶା ଏକ ସ୍ବତନ୍ତ୍ର ମେଲାନିଷ୍ଟିକ୍‌ ଟାଇଗର ସଫାରୀ ସ୍ଥାପନ କରୁଛି ବୋଲି ଘୋଷଣା କରି ଖୁସି। ପର୍ଯ୍ୟଟକ ଏବଂ ପରିଦର୍ଶକମାନେ ବର୍ତ୍ତମାନ କେବଳ ଓଡ଼ିଶାରେ ମିଳୁଥିବା ବିରଳ ତଥା ମହାନ ପ୍ରଜାତିର ଝଲକ ପାଇପାରିବେ।

Share