Categories: ରାଜ୍ୟ

ଓଡ଼ିଶା ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ, କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର,୨୯।୧୧: ଓଡିଶାରେ ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ। ରାଜ୍ୟରେ ଏବେ ବାଘ ଜନଗଣନା ଚାଲିଥିବା ବେଳେ କଲରା ପତରିଆ ବାଘର ରୋମାଞ୍ଚକର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି। ବ୍ୟାଘ୍ର ଗଣନା ପାଇଁ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ କ୍ୟାମେରା ଖଞ୍ଜା ଯାଇଛି। ଯେଉଁଥିରେ ଏହି ଦୃଶ୍ୟ ରେକର୍ଡ ହୋଇଛି। ତେବେ ଓଡ଼ିଶାରେ କଲରା ପତରିଆ ବାଘର ଉପସ୍ଥିତି ଏକ ଅପ୍ରତ୍ୟାଶିତ ଘଟଣା ବୋଲି ବନ ବିଶେଷଜ୍ଞମାନେ କହୁଛନ୍ତି।

ଓଡ଼ିଶା ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ(ନୋଡାଲ) ସୁଶାନ୍ତ ନନ୍ଦ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

Share