କୃଷ୍ଣସାର ଶିକାର ମାମଲା: ସଲମାନ ଆଶ୍ୱସ୍ତ

ନୂଆଦିଲ୍ଲୀ, ୧୧।୨: କୃଷ୍ଣସାର ଶିକାର ମାମଲାରେ ବଲିଉଡ୍‌ ଷ୍ଟାର ସଲମାନ ଖାନଙ୍କ ବିରୋଧରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକାକୁ ଗୁରୁବାର ଜୋଧପୁର ଜିଲା ଓ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ସଲମାନଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ବଲିଉଡ୍‌ ଷ୍ଟାର ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ରାଜ୍ୟ ସରକାର ଯାଚିକାରେ ଦର୍ଶାଇଥିଲେ।

ଉଲ୍ଲେଖଯୋଗ୍ୟ, ୧୯୯୮ କୃଷ୍ଣସାର ଶିକାର ମାମଲର ଶୁଣାଣିବେଳେ ୨୦୦୩ରେ ସଲମାନ ଭୁଲବଶତଃ ମିଛ ସତ୍ୟପାଠ କୋର୍ଟରେ ଦାଖଲ କରିଥିଲେ। ଏଥି ନେଇ ଗତ ୯ ତାରିଖରେ କୋର୍ଟଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଥିଲେ ସଲ୍ଲୁ। ଭିଡିଓ କନଫରେନ୍ସିଂ ଜରିଆରେ ସେସନ୍ସ କୋର୍ଟରେ ଏହି ମାମଲାର ଶୁଣାଣିବେଳେ ହାଜର ହେବା ପାଇଁ ତାଙ୍କୁ ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Share