ଅଧିକାଂଶ ଲୋକ ମୁହଁରେ କଳାଦାଗକୁ ନେଇ ଚିନ୍ତାରେ ରହିଥାନ୍ତି। ତେବେ ନିମିଷକ ମଧ୍ୟରେ ଏହି ଦାଗ ଦୂର ହେବ। ଜାଣନ୍ତୁ ଏହାର ଟିପ୍ସ ସମ୍ପର୍କରେ…
– ଗୋଟିଏ ଚାମଚ ଗୋଲାପ ଜଳ ଏବଂ ଲୁଣ ମିଶାଇ କଳାଦାଗ ହୋଇଥିବା ସ୍ଥାନରେ ହାଲୁକା ଭାବେ ମାଲିସ କରନ୍ତୁ। ୧୦ ମିନିଟ୍ ପରେ ମୁହଁ ଧୋଇଦିଅନ୍ତୁ।
– ଗୋଟିଏ ଚାମଚ ବେସନରେ ୨ ଚାମଚ କ୍ଷୀର ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। କଳାଦାଗ ହୋଇଥିବା ସ୍ଥାନରେ ଲଗାଇ ୧୦ ମିନିଟ୍ ପରେ ରଗଡ଼ିକି ଧୋଇଦିଅନ୍ତୁ। ଦେଖିବେ କଳାଦାଗ ଲିଭିଯିବ।
– ଲେମ୍ବୁ ରସରେ ଲୁଣ ଲଗାଇ ଦୁଇ ମିନିଟ୍ ମାଲିସ କରନ୍ତୁ। ୫ ମିନିଟ୍ ପରେ ଗରମ ପାଣିରେ ମୁହଁକୁ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା କଳାଦାଗ ଉଭେଇ ଯିବ।
– ୨ ଚାମଚ ହଳଦୀ ଗୁଣ୍ଡରେ ପୁଦିନା ରସ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ୫ ମିନିଟ୍ ପର୍ଯ୍ୟନ୍ତ ମାଲିସ କରି ପରେ ଅଳ୍ପ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ। ଦେଖିବେ କଳାଦାଗ ଦୂର ହୋଇଯିବ।