Advertisement

ଅଶ୍ଳୀଳ ଫଟୋ କରି ନାବାଳିକାଙ୍କୁ କରୁଥିଲେ ବ୍ଲାକ୍‌ମେଲ: ବାନ୍ଧିଲା ପୋଲିସ

କଟକ ଅଫିସ, ୨୯।୪: କଟକ ସାଇବର ଥାନା ପୋଲିସ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ ନାବାଳିକାମାନଙ୍କ ଫଟୋକୁ ଏଡିଟିଂ କରି ଅଶ୍ଳୀଳ ଫଟୋ ତିଆରି କରି ବ୍ଲାକ୍‌ମେଲ କରୁଥିବା ଜଣାପଡ଼ିଛି। ଅଭିଯୁକ୍ତ ଯୁବକ ଜଣଙ୍କ ସୋସିଆଲ ମିଡିଆ ମାଧ୍ୟମରେ ନାବାଳିକାମାନଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଉଥିଲେ । ସମ୍ପୃକ୍ତ ନାବାଳିକା ଫ୍ରେଣ୍ଡ ରିକୁଏଷ୍ଟ ଗ୍ରହଣ କରିବା ପରେ ତାଙ୍କ ଆକାଉଣ୍ଟରେ ଥିବା ଫଟୋ ଗୁଡିକୁ ଡାଉନଲୋଡ କରି ଏଡିଟିଂ ଜରିଆରେ ସେଗୁଡିକୁ ଅଶ୍ଳୀଳ ଫଟୋ ରୂପଦେଇ ଏକ ଫେକ ଆକାଉଣ୍ଟରୁ ସମ୍ପୃକ୍ତ ନାବାଳିକାଙ୍କୁ ଫଟୋ ପଠାଉଥିଲେ । ପରେ ନାବାଳିକାଙ୍କୁ ଫେକ ଆକାଉଣ୍ଟରୁ ଭିଡିଓ କଲ ଗ୍ରହଣ କରିବା ପାଇଁ ମେସେଜ କରୁଥିଲେ ଯୁବକ । ଭିଡିଓ କଲ ବେଳେ ନାବାଳିକାଙ୍କ ଭିଡିଓ ରେକର୍ଡିଂ କରି ବ୍ଲାକମେଲ କରିବାକୁ ଚେଷ୍ଟା କରୁଥିଲେ। ଏହିଭଳି ପ୍ରାୟ ୪୫ଜଣ ନାବାଳିକାଙ୍କୁ ବ୍ଲାକମେଲ କରିବା ପାଇଁ ଅଭିଯୁକ୍ତ ମାଷ୍ଟର ପ୍ଲାନ କରିଥିବା ଡିସିପି କହିଛନ୍ତି ।
ବରିଷ୍ଠ ନାଗରିକ ମଧ୍ୟ ଏହି ଜାଲରୁ ବାଦ୍‌ ପଡ଼ି ନାହାନ୍ତି। ସେପଟେ ଏହି ଘଟଣା ପରେ କୌଣସି ଅଜଣା ବ୍ୟକ୍ତିଙ୍କ ଫ୍ରେଣ୍ଡ ରିକୁଏଷ୍ଟ ଗ୍ରହଣ ନ କରିବା ପାଇଁ ସାଇର ଥାନା ପକ୍ଷରୁ ପରାମର୍ଶ ଦିଆଯାଇଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share