ଯୁବତୀଙ୍କୁ ନିଶା ଦେଇ ବଳାତ୍କାର, ବ୍ଲାକମେଲ୍‌

ଭୁବନେଶ୍ୱର,୯।୩(ସତ୍ୟଜିତ୍‌ ରାଉତ): ଯୁବତୀଙ୍କୁ ନିଶା ଦେଇ ବଳାତ୍କାର କଲେ। ପରେ ସେହି ସମୟର ଫଟୋ ଓ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ୩ ଲକ୍ଷ ଟଙ୍କା ନେଇଗଲେ। ପୀଡିତାଙ୍କ ଏସବୁ ଅଭିଯୋଗକୁ ଭୁବନେଶ୍ୱର ମହିଳା ଥାନା ପୋଲିସ ଗୁରୁତ୍ୱର ସହ ନେଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗନଗରରେ ରହୁଥିବା କନ୍ଧମାଳ ଜିଲା ଟିକାବାଲି ଥାନା ବେହେରା ଗାଁର ହିମାଂଶୁ ବେହେରା ଓରଫ ଚିକୁ (୨୭)। ଶୁକ୍ରବାର ହିମାଂଶୁଙ୍କୁ କୋର୍ଟଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଅନୁଯାୟୀ, ପୀଡିତା ଯୁବତୀ ଓ ଅଭିଯୁକ୍ତ ହିମାଂଶୁ ପରସ୍ପର ପିଲାଦିନର ବନ୍ଧୁ। ୨୦୧୯ରେ ପୀଡିତାଙ୍କ ବାପାଙ୍କର ମୃତ୍ୟୁ ହେବା ପରେ ହିମାଂଶୁ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ହେଲେ ଏହି ପ୍ରସ୍ତାବକୁ ପୀଡିତା ପ୍ରତ୍ୟାଖାନ କରିଥିଲେ। ପରବର୍ତ୍ତୀ ସମୟରେ ପୀଡିତାଙ୍କ ସହ ଫୋନ୍‌ରେ କଥା ହୋଇ ସମ୍ପର୍କ ବଢ଼ାଇଥିଲେ। ପୀଡିତା ଜଣକ ଭୁବନେଶ୍ୱର ଲୁମ୍ବିନିବିହାରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଷ୍ଟାଫନର୍ସ ଭାବେ ଚାକିରି କରି ହଷ୍ଟେଲରେ ରହୁଥିଲେ। ହିମାଂଶୁ ଭୁବନେଶ୍ୱର ଆସି ପୀଡିତା ଯୁବତୀଙ୍କୁ ବରମୁଣ୍ଡାକୁ ଡାକି ଦେଖା କରିଥିଲେ। କିଛିଦିନ ପରେ ହିମାଂଶୁ ତାଙ୍କୁ କଳିଙ୍ଗବିହାରସ୍ଥିତ ନିଜ ଘରକୁ ଡାକିଥିଲେ। ଯୁବତୀ ଜଣକ ୨୦୨୩ ଏପ୍ରିଲ ୨୨ରେ ହିମାଂଶୁଙ୍କ ଘରକୁ ଯାଇଥିଲେ। ଏହି ସମୟରେ ହିମାଂଶୁ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ବଳାତ୍କାର କରିବା ସହ ଫଟୋ ଓ ଭିଡିଓ ଉତ୍ତୋଳନ କରିନେଇଥିଲେ। ପରେ ଉକ୍ତ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଇ ତାଙ୍କଠାରୁ ୩ ଲକ୍ଷ ଟଙ୍କା ନେଇଯାଇଥିଲେ। ଏପରିକି ପରବର୍ତ୍ତୀ ସମୟରେ ଅର୍ଥାତ୍‌ ମାର୍ଚ୍ଚ ୨୨ରେ ଉକ୍ତ ଘରୋଇ ହସ୍ପିଟାଲକୁ ଯାଇ ହିମାଂଶୁ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏନେଇ ପୀଡିତାଙ୍କ ଅଭିଯୋଗ ପରେ ମହିଳା ଥାନା ପୋଲିସ ଗତ ଫେବୃଆରୀ ୨୪ରେ ଏକ ମାମଲା (ନଂ.୪୨/୨୦୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଟିମ୍‌ ଟିକାବାଲି ଅଞ୍ଚଳରେ ଚଢାଉ କରି ଅଭିଯୁକ୍ତ ହିମାଂଶୁଙ୍କୁ ଗିରଫ କରି ଭୁବନେଶ୍ୱର ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri