Advertisement

ମହିଳାଙ୍କୁ ବ୍ଲାକମେଲିଂ: ୨ଲକ୍ଷ ନ ଦେଲେ ଅଶ୍ଳୀଳ ଭିଡିଓ ଭାଇରାଲ

ଭୁବନେଶ୍ୱର,୭ା୯(ବ୍ୟୁରୋ): ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଅଞ୍ଚଳର ଜଣେ ମହିଳାଙ୍କୁ ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ଜଣେ ଯୁବକ ବ୍ଲାକମେଲିଂ କରୁଥିବା ଅଭିଯୋଗ ହୋଇଛି। ଏପରିକି ୨ଲକ୍ଷ ଟଙ୍କା ନ ଦେଲେ ତାଙ୍କର କିଛି ଅଶ୍ଳୀଳ ଭିଡିଓ ଓ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ ସମ୍ପୃକ୍ତ ଯୁବକ ଧମକ ଦେଉଛନ୍ତି। ଅନ୍ୟପକ୍ଷରେ ମହିଳାଙ୍କ ସୋସିଆଲ ମିଡିଆରେ ଥିବା କେତେକ ଫଟୋକୁ ସମ୍ପୃକ୍ତ ଯୁବକ ଏଡିଟ୍‌ କରି ଭାଇରାଲ କରୁଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share