Advertisement

ପେଟ କମାଏ ଗୋଲମରିଚ

ଆମ ରୋଷେଇ ଘରେ ମିଳୁଥିବା ଅନେକ ପ୍ରକାରର ମସଲା ଆମକୁ ନିରୋଗ ରଖିବାରେ ସହାୟ ହୋଇଥାଏ। ହେଲେ ଏହାର ବ୍ୟବହାର ସମ୍ପର୍କରେ ଅନେକ ସମୟରେ ଆମେ ଜାଣି ନ ଥାଉ। ଆସନ୍ତୁ ଜାଣିବା ସେମିତି ଏକ ମସଲା ଗୋଲମରିଚ ସମ୍ପର୍କରେ।
ଗୋଲମରିଚକୁ କେବଳ ମସଲା ଭାବେ ବ୍ୟବହାର କରିହେବ ତାହା ନୁହେଁ, ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ଆୟୁର୍ବେଦ ଅନୁଯାୟୀ, ସକାଳେ ଅଳ୍ପ ଉଷୁମ ପାଣିରେ ଗୋଲମରିଚ ମିଶାଇ ପିଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
ପେଟ ବୃଦ୍ଧି କମ କରେ : ପାଣିରେ ଗୋଲମରିଚ ମିଶାଇ ପିଇଲେ ଏହା ପେଟର ବୃଦ୍ଧିକୁ କମାଇଥାଏ। ଶରୀରରେ ଥିବା କ୍ୟାଲୋରୀକୁ କମ କରି ଓଜନ ହ୍ରାସରେ ସହାୟକ ହୋଇଥାଏ। କ୍ଷୀରରେ ଅଳ୍ପ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ।
କୋଷ୍ଠକାଠିନ୍ୟ ଦୂର କରେ : ନିୟମିତ ଭାବେ ପାଣିରେ ଗୋଲମରିଚ ମିଶାଇ ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଗୋଲମରିଚ ଶରୀରରେ ଜଳୀୟଅଂଶ ସଠିକ କରିବା ସହ ଗ୍ୟାସଟ୍ରିକ ସମସ୍ୟା ଦୂର କରିବାର ସହାୟକ ହୋଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel