ବ୍ଲାକ୍‌ରୋଜ୍‌ ତଦନ୍ତ ହେବ

ଭୁବନେଶ୍ୱର,୧୫।୮(ଅନିଲ ଦାସ): ଦୀର୍ଘ ୧୫ବର୍ଷ ପରେ ପୁଣି ବହୁଚର୍ଚ୍ଚିତ ବ୍ଲାକ୍‌ରୋଜ ଜାହାଜ ବୁଡ଼ି ଘଟଣାର ଗୁମର ଖୋଲିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ଏହି ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଦ୍ୱାରା କରିବାକୁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲେ ହେଁ, ତତ୍କାଳୀନ ବିଜେଡି ସରକାର ଏଥିରେ ସହଯୋଗ କରୁ ନ ଥିଲେ। ଏବେ ସରକାର ପରିବର୍ତ୍ତନ ହେବା ପରେ ବ୍ଲାକ୍‌ରୋଜ ବୁଡ଼ି ଘଟଣାର ତଦନ୍ତ କରିବାକୁ ୨୦୨୪ ଜୁନ୍‌ ୨୨ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ ଏକ ପତ୍ର ଲେଖିଥିଲେ। ବ୍ଲାକ୍‌ରୋଜ ବୁଡ଼ି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତର ସମସ୍ତ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର ପାଇଁ ପ୍ରଧାନ ନିବେଦନ କରିଥିଲେ। ଉକ୍ତ ଅଭିଯୋଗକୁ ଆଧାର କରି ଘଟଣାର ଉପଯୁକ୍ତ ଅନୁସନ୍ଧାନ କରିବାକୁ ଗୃହ ବିଭାଗ ପକ୍ଷରୁ ଡିଜିପିଙ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ବନ୍ଦରଠାରୁ ୫ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ମଙ୍ଗୋଲିଆର ପଣ୍ୟବାହୀ ଏମ୍‌ଭି ବ୍ଲାକ୍‌ରୋଜ ଜାହାଜ ବୁଡ଼ି ଯାଇଥିଲା। ଉକ୍ତ ଜାହାଜରେ ପ୍ରାୟ ୨୩,୫୦୦ ମେଟ୍ରିକ ଟନ୍‌ ଲୁହାପଥର ଏବଂ ୯୨୦ ମେଟ୍ରିକ୍‌ ଟନ୍‌ ଫର୍ନେସ ଅଏଲ ବୋଝେଇ ହୋଇଥିଲା। ଏହି ଦୁର୍ଘଟଣା ସମୟରେ ଜାହାଜରେ ୨୭ଜଣ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୨୬ଜଣ ଉଦ୍ଧାର ହୋଇଥିବାବେଳେ ଜଣେ ରୁଷୀୟ ଯନ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଜାହାଜଟି ସମୁଦ୍ରରେ ଦୀର୍ଘ ଦିନ ଧରି ପଡ଼ି ରହିବାରୁ ପାଣିରେ ତେଲ ଲିକ୍‌ ହୋଇଥିଲା। ଜାହାଜକୁ କୂଳକୁ ଆଣିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ଜାହାଜଟି ଭାରତୀୟ ସମୁଦ୍ର ସୀମାରେ ବୁଡ଼ିଯାଇଥିବାରୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଦୃଷ୍ଟିରେ ରଖି ଉକ୍ତ ଜାହାଜ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବା ସହ ଘଟଣାର ସିବିଆଇ ତଦନ୍ତ କରିବାକୁ ଭାରତ ସରକାରଙ୍କ ଜାହାଜ ମନ୍ତ୍ରଣାଳୟ ୨୦୧୮ରେ ନିଷ୍ପତ୍ତି ନେଇଥିଲା। ଏନେଇ ପାରାଦୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ ମଧ୍ୟ କରାଯାଇଥିଲା। ସିବିଆଇ ପକ୍ଷରୁ ତତ୍କାଳୀନ ବିଜେଡି

Share