ଜଙ୍ଗଲରୁ କଳାପଥର ଲୁଟ୍‌ ବନାମ ବର୍ଷା

ଯାଜପୁର,୩୦ା୭(ହର୍ଷବର୍ଦ୍ଧନ ବେହେରା)ଖରିଫ ଋତୁରେ ଧାନ ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ ହେଉଛି ଜୁଲାଇ। ଯାଜପୁର ଜିଲାରେ ଏହି ମାସରେ ବର୍ଷା ପ୍ରତାରଣା କରିଛି। ଜୁଲାଇ ୨୦ ସୁଦ୍ଧା ସ୍ବାଭାବିକ ବର୍ଷା ହାରାହାରି ୩୫୦.୯ ମିମି ହେବା ସ୍ଥଳେ ମାତ୍ର ୨୦୩.୧୨ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ ବର୍ଷା ଠାରୁ ୪୨% କମ୍‌। ସେଥିମଧ୍ୟରୁ ଜଙ୍ଗଲ ଜମି ଉଜାଡି ମୂଲ୍ୟବାନ କଳାପଥର ଉତ୍ତୋଳନ ହେଉଥିବା ଧର୍ମଶାଳା ବ୍ଲକ ଅଞ୍ଚଳରେ ସର୍ବନିମ୍ନ ୯୮ ମିମି ବର୍ଷା ହୋଇଛି। ଏହା ପରିବେଶବିତ୍‌ ମହଲରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଆଗାମୀ ଦିନରେ ଏହି ବ୍ଲକ ଅଞ୍ଚଳ ମରୁଭୂମିରେ ପରିଣତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଜିଲାରେ ଅତି ନିମ୍ନମାନର ଜଳସେଚନ ଚାଷୀକୁଳର ଆଶାକୁ ଧୂଳିସାତ କରିଦେଇଛି। ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ କରି ନିର୍ମାଣ ହୋଇଥିବା ମେଗା ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ ମଧ୍ୟ ଏଯାଏ ଜଳସେଚନ ସମସ୍ୟା ଦୂର କରି ପାରିିିିିନାହିଁ। ବ୍ରାହ୍ମଣୀ ଓ ବୈତରଣୀ ନଦୀର ପ୍ରାୟ ୯୦ ପ୍ରତିଶତ ଜଳ ସିଧାସଳଖ ସମୁଦ୍ରରେ ମିଶୁଛି। ହେଲେ ବିଡମ୍ବନା ଯେ, ଯାଜପୁର ଜିଲା ଦେଇ ପ୍ରବାହିତ ଏହି ଦୁଇ ପ୍ରମୁଖ ନଦୀର ଉପରମୁଣ୍ଡରେ ଜଳସେଚନ ପ୍ରକଳ୍ପଟିଏ ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ତେଣୁ ବ୍ରାହ୍ମଣୀ ଓ ବୈତରଣୀ ନଦୀ ଚାଷୀଙ୍କ ପାଇଁ ନୁହେଁ, ବରଂ ଶିଳ୍ପ କାରଖାନା ପାଇଁ କେବଳ ଉଦ୍ଦିଷ୍ଟ ବୋଲି ମତପ୍ରକାଶ ପାଉଛି। ଏହିକ୍ରମରେ ଯାଜପୁର ଜିଲା ଚାଷୀ କେବଳ ବର୍ଷା ପାଣି ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଜଙ୍ଗଲ କ୍ଷୟ ସମେତ ଉତ୍କଟ ପ୍ରଦୂଷଣ ଯୋଗୁ ଜିଲାର ନିର୍ଦ୍ଧାରିତ ହାରାହାରି ବର୍ଷା ପୂରଣ ହୋଇ ପାରୁନାହିଁ। ଧର୍ମଶାଳା ବ୍ଲକ ଅଞ୍ଚଳରେ ଥିବା ପଥର ବ୍ୟବସାୟୀଙ୍କ ବେଆଇନ କଳାପଥର ଉତ୍ତୋଳନ ଯୋଗୁ ବଳରାମପୁର ସଂରକ୍ଷିତ ଜଙ୍ଗଲ ସମେତ ବିଛାଖଣ୍ଡି, କୁସୁନପୁର, ମୁକୁନ୍ଦପୁର, ନିଶ୍ଚନ୍ତା ଅଭୟାରଣ୍ୟ, ଡଙ୍କାରୀ, ମାଲଗୋଡ଼ା ଓ ରାହାଡ଼ପୁରଠାରୁ ଢେଙ୍କାନାଳ ସୀମାନ୍ତ ପର୍ଯ୍ୟନ୍ତ ଥିବା ସବୁଜିମା ଏବେ ବିଲୁପ୍ତି ପଥରେ। ସରକାରୀସ୍ତରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ପ୍ରତ୍ୟହ ବ୍ଲାଷ୍ଟିଂ କରି ପଥର ଉତ୍ତୋଳନ ଜାରି ରହିଛି। ଏଥିଯୋଗୁ ପ୍ରବଳ ବାୟୁ ପ୍ରଦୂଷଣ ସୃଷ୍ଟି ଯୋଗୁ ଜଳବାୟୁରେ ପରିବର୍ତ୍ତନ ହୋଇ ବର୍ଷାର ହାର ହ୍ରାସ ପାଉଛି ବୋଲି ମତପ୍ରକାଶ ପାଉଛି। ଏଥିରେ ଚାଷୀ ଏବଂ ସାଧାରଣ ଜନତା ବହୁ ପ୍ରଭାବିତ ହେଉଥିବାବେଳେ ସରକାରୀ ଦଳର କେତେଜଣ କର୍ମୀ ଲାଭବାନ ହେଉଛନ୍ତି। ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି (ଏସିଡିସି) ବୈଠକରେ ଲଘୁ ଖଣିଜ ପଦାର୍ଥର ଲୁଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯେଉଁ ଦୃଢ଼ୋକ୍ତି ପ୍ରକାଶ ପାଇଥିଲା ତାହା ବି ଫସର ଫାଟିଛି। ବରଂ ଆଗାମୀ ନିର୍ବାଚନ ପାଇଁ ବେଆଇନ କଳାପଥର ଖାଦାନଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଇ ଅର୍ଥ ଠୁଳ କରାଯାଉଥିବା ଅଭିଯୋଗ ହେଉଛି। ଜଙ୍ଗଲ ବିଭାଗର ବିନା ଅନୁମତିରେ ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ପ୍ରବେଶ କଲେ, ଯାନବାହନ ନେଲେ କିମ୍ବା କୌଣସି ବେଆଇନ କାର୍ଯ୍ୟ କଲେ ଏହା ଜଙ୍ଗଲ ବିଭାଗ ସେକ୍ସନ-୨୭ ଅନୁଯାୟୀ ଦଣ୍ଡନୀୟ ଅପରାଧ। କଟକ ବନଖଣ୍ଡ ଅନ୍ତର୍ଗତ ଯାଜପୁର ଜିଲାର ଡାଲିଯୋଡ଼ା ବନାଞ୍ଚଳରେ ଏହି ନିୟମ ନିରର୍ଥକ ହୋଇଛି। ଖାଲି ଯାନବାହନ ଚଳାଚଳ ନୁହେଁ, ବହୁ କୋଟି ଟଙ୍କାର ମୂଲ୍ୟବାନ କଳାପଥର ଉତ୍ତୋଳନ ହେଉଛି। ଜଙ୍ଗଲ ବିଭାଗର କେତେଜଣ ଉଚ୍ଚ ପଦାଧିକାରୀଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁ ସଂରକ୍ଷିତ ଜଙ୍ଗଲ ସମ୍ପୂର୍ଣ୍ଣ ନିପାତ ହେବାରେ ଲାଗିଛି। ବଳରାମପୁର ସଂରକ୍ଷିତ ଜଙ୍ଗଲରେ କେବଳ ନାମକୁ ମାତ୍ର ତାରବାଡ଼ ଦିଆଯାଇଥିବାବେଳେ ଏହାର ପଛପଟେ ଦୈନିକ ଲକ୍ଷାଧିକ ଟଙ୍କାର କଳାପଥର ବ୍ୟାପାର ଚାଲିଛି। ଏଥିରେ ପୋଲିସ ଓ ପ୍ରଶାସନ ମଧ୍ୟ ସହାୟକ ହୋଇଛନ୍ତି। ଏଥିଯୋଗୁ ଅନେକ ଗରିବ ଶ୍ରମିକଙ୍କ ଜୀବନ ଯାଉଥିଲେ ବି ଜଙ୍ଗଲ, ପୋଲିସ ପ୍ରଶାସନ ଧନୀ ଲୋକଙ୍କ ଏହି ବେଆଇନ କାର୍ଯ୍ୟକୁ ଢାଙ୍କି ଦେଉଛନ୍ତି। ପ୍ରଶ୍ନ ହେଲେ ପୋଲିସ ଓ ଜଙ୍ଗଲ ବିଭାଗ ଦୋଷ ଲଦାଲଦିରେ ବ୍ୟସ୍ତ ରହୁଛନ୍ତି। କେତେଜଣ ପ୍ରଭାବଶାଳୀ ନେତାଙ୍କ ପରୋକ୍ଷ ହାତ ରହୁଥିବାରୁ ପ୍ରଶାସନିକ ଅଧିକାରୀମାନେ କିଂକର୍ତ୍ତବ୍ୟବିମୁଢ଼ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ କଟକ ଡିଏଫ୍‌ଓ ଅଜିତ ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ଯଦି ସଂରକ୍ଷିତ ଜଙ୍ଗଲ ହୋଇଥିବ ତେବେ ଜଙ୍ଗଲ ବିଭାଗ ପକ୍ଷରୁ ସେକ୍ସନ ୨୭ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ଯଦି ରେଭିନ୍ୟୁ ଜଙ୍ଗଲ ହୋଇଥିବ ତେବେ ତହସିଲ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ। ଅନ୍ୟପକ୍ଷେ ସେହିସବୁ କେଉଁ ଜଙ୍ଗଲ ରହିଛି, ତାହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପ-ପୁଅଙ୍କୁ ଏସିଡ୍‌ ମାଡ: ସ୍ବାସ୍ଥ୍ୟାବସ୍ଥା ଗୁରୁତର

ତୁମୁଡିବନ୍ଧ(ଦୀପକ କୁମା ପରାସେଠ): ବାପା ପୁଅଙ୍କୁ ଘରେ ଶୋଇଥିବା ସମୟରେ ଏସିଡ ମାଡ଼। ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ ଦୁର୍ବୁତ୍ତ ଘରେ ପଶି ଏସିଡ...

ରେଳ କର୍ମଚାରୀଙ୍କ ଘରେ ପଶିଲେ ଲୁଟେରା: ହାତଗୋଡ଼ ବାନ୍ଧି ସବୁ ଲୁଟିନେଲେ

ରାଉରକେଲା,୧୯।୧୦(ସଂଗୀତା ଜେନା): ରାଉରକେଲା ବନ୍ଧମୁଣ୍ଡାରେ ବଡ଼ ଧରଣର ଡକାୟତି ହୋଇଛି। ଫିଲ୍ମ ଷ୍ଟାଇଲରେ ଏହି ଡକାୟତି ହୋଇଥିବା ଜଣାପଡିଛି। ଶୁକ୍ରବାର ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ...

୩ଶହ ସ୍କୁଲରେ ପାଠପଢ଼ା ବନ୍ଦ: ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ପଠାଇଲେନି ଅଭିଭାବକ

ନବରଙ୍ଗପୁର, ୧୮/୧୦(ସଦାଶିବ ପ୍ରହରାଜ): ଜିଲାଭିତ୍ତିକ ନିଯୁକ୍ତିକୁ ସମର୍ଥନ କରି ପିଲାଙ୍କୁ ସ୍କୁଲ ଯିବାକୁ ବାରଣ କଲେ ଅଭିଭାବକ। ପ୍ରଥମେ ଅବିଭକ୍ତ କୋରାପୁଟ ଜିଲାକୁ ବନ୍ଦ ଡାକରା...

୨୦ରୁ ସି. କେ. ନାଇଡୁ ଟ୍ରଫି:ବରଗଡ଼ରେ ଓଡ଼ିଶା ଏବଂ ମହାରାଷ୍ଟ୍ର ଦଳ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍‌ ସି. କେ. ନାଇଡୁ କ୍ରିକେଟ...

ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା:କଂସ ଅଭିନେତାଙ୍କ ବିରୋଧରେ ବଢୁଛି ବିତର୍କ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ଆଉ ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଶନିବାର ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ବୈଠକ ବସିବ। କିନ୍ତୁ ଏହା ପୂର୍ବରୁ...

ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ,୧୯।୧୦: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି...

ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ଅଭିଯୋଗ: ଦୁର୍ବୃତ୍ତ ଫେରାର

ଖଲ୍ଲିକୋଟ,୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଥିବା ମୃତ ଦିଲ୍ଲୀପ ପାହାନଙ୍କ ଶ୍ରୀ ରାମ ଟାଇଲସ ଓ ମାର୍ବଲ...

ହବିଷିଆଳିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ: ମା’ମାନଙ୍କ ସେବା, ସମର୍ପଣ ଓଡ଼ିଶାକୁ ସମୃଦ୍ଧ କରିବ

ପୁରୀ,୧୯ା୧୦(ଅଜିତ୍‌ କୁମାର ମହାନ୍ତି):ହବିଷିଆଳି ମା’ମାନେ ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ସେମାନଙ୍କର ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri