Categories: ଜାତୀୟ

କେନ୍ଦ୍ର ଯୋଗୁ ସଚିନ, ଲତାଙ୍କୁ ଟ୍ରୋଲ କରାଯାଉଛି

ମୁମ୍ବାଇ, ୭ା୨- ଭାରତରତ୍ନ ପ୍ରାପ୍ତ ଲତା ମଙ୍ଗେଶକର ଓ ସଚିନ ତେନ୍ଦୁଲକରଙ୍କ ଭଳି ଦେଶର ମହାନ ବ୍ୟକ୍ତିବିଶେଷଙ୍କ ସମ୍ମାନକୁ ବାଜିରେ ଲଗାଇବା ଉଚିତ ନୁହେଁ। କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଦେଶର ବଡ଼ ସେଲିବ୍ରିଟିମାନେ ନୂଆ କୃଷି ଆଇନକୁ ସମର୍ଥନ କରିଥିଲେ ବୋଲି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ କହିଛନ୍ତି।

ଉଲ୍ଲେଖଥାଉ କି, ଅନ୍ତର୍ଜାତୀୟ ସେଲିବ୍ରିଟି କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପରେ କେନ୍ଦ୍ର ସରକାରଙ୍କ ସପକ୍ଷରେ ବାହାରିଥିଲେ ସଚିନ ଓ ଲତାଙ୍କ ସମେତ କ୍ରିକେଟର ବିରାଟ କୋହଲି, ଅଭିନେତା ଅକ୍ଷୟ କୁମାର, ଶଟଲର ସାଇନା ନେହ୍ବାଲଙ୍କ ଭଳି ନାମଧାରୀ ବ୍ୟକ୍ତିବିଶେଷ। ସଭିଙ୍କୁ ଟୁଇଟରରେ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ” ଏମାନେ ସମସ୍ତେ ଦେଶର ବଡ଼ ବ୍ୟକ୍ତିତ୍ୱ। ସେମାନଙ୍କୁ ଟୁଇଟ୍‌ ଓ ହାସଟ୍ୟାଗ ବ୍ୟବହାର କରିବା ପାଇଁ ପ୍ରବର୍ତ୍ତାଇବା ଦ୍ୱାରା କେନ୍ଦ୍ର ସରକାର ସେମାନଙ୍କ ପ୍ରତିଷ୍ଠାକୁ ବାଜି ଲଗାଇଛନ୍ତି। କୃଷକ ଆନ୍ଦୋଳନ ଦେଶର ନୁହେଁ ସରକାରଙ୍କ ସମସ୍ୟା “ ବୋଲି ରାଜ ଠାକରେ କହିଛନ୍ତି।

Share