ଅବୁଜା,୪ ।୩: ନାଇଜେରିଆର ନାଇଜର ଡେଲଟା ଅଞ୍ଚଳରେ ଏକ ଅବୈଧ ରିଫାଇନାରୀରେ ବିସ୍ଫୋରଣ ପରେ ନିଆଁ ଲାଗିଯିବାରୁ ଅତିକମରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ । ପୋଲିସ ପ୍ରବକ୍ତା କହିଛନ୍ତି, ଦକ୍ଷିଣ ରାଜ୍ୟର ଏମୁହା ପରିଷଦ ଅଞ୍ଚଳରେ ଏକ ପାଇପଲାଇନ ନିକଟରେ ବିସ୍ଫୋରଣ ହୋଇଛି, ଯେତେବେଳେ ଅବୈଧ ରିଫାଇନାରୀ ସଂଚାଳକ ତେଲ ଚୋରି କରିବାକୁ ଉଦ୍ୟମ କରୁଥିଲେ ସେତେବେଳେ ଏହି ବିସ୍ଫୋରଣ ହୋଇଥିଲା ।
ପୋଲିସ ପ୍ରାରମ୍ଭିକ ଯାଞ୍ଚରୁ ସଙ୍କେତ ମିଳିଛି କି ସାଇଟରେ ନିଆଁ ଲାଗିବା ସମୟରେ ସମସ୍ତ ମୃତକ କ୍ରୁଡ ଅଏଲ ବାହାର କରୁଥିଲେ । ପୋଲିସ ପ୍ରବକ୍ତା କହିଛନ୍ତି ବିସ୍ଫୋରଣ ଓ ନିଆଁ ଲାଗିଯିବାରୁ ୫ଟି ଗାଡି, ୪ଟି ଅଟୋ ରିକ୍ସା ଓ ଏକ ମୋଟରସାଇକେଲ ପୋଡି ପାଉଁଶ ହୋଇଯାଇଛି । ଏବେ ଅଧିକାରୀମାନେ ଯାଞ୍ଚ କରୁଛନ୍ତି କି ଏହି ଘଟଣାରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ।