୫୨ରେ ପହଞ୍ଚିଲା ଆତ୍ମଘାତୀ ବିସ୍ଫୋରଣ ମୃତ୍ୟୁସଂଖ୍ୟା

ଇସଲାମାବାଦ,୨୯ା୯: ଶୁକ୍ରବାର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଏକ ମସଜିଦ୍‌ ନିକଟରେ ହୋଇଥିବା ଶକ୍ତିଶାଳୀ ବୋମା ବିସ୍ଫୋରଣରେ ଅତି କମରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇଦ୍‌ ଅବସରରେ ଏହି ବିସ୍ଫୋରଣ ଘଟିବା ପରେ ବହୁ ସଂଖ୍ୟାରେ ଲୋକ ମସଜିଦ୍‌ ବାହାରେ ଏକ ରାଲି ପାଇଁ ଏକାଠି ହୋଇଥିଲେ। ସ୍ଥାନୀୟ ଗଣମାଧ୍ୟମ ଖବରରୁ ଏହି ସୂଚନା ସାମ୍ନାକୁ ଆସିଛି।

ଏକ ରିପୋର୍ଟ ଅନୁଯାୟୀ ଏହି ବିସ୍ଫୋରଣ ମୁସ୍ତାଙ୍ଗ ଜିଲାରେ ଘଟିଛି। ଜଣେ ଅଧିକାରୀ କହିଛନ୍ତି, ଇଦ୍‌-ମିଲାଦ-ଉନ୍‌-ନବି ଅବସରରେ ଲୋକମାନେ ଏକାଠି ହୋଇଥିବା ବେଳେ ମସ୍‌ଜିଦ୍‌ ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ମହମ୍ମଦଙ୍କ ଜନ୍ମଦିନରେ ଇଦ୍‌ ମିଲାଦ ଅନ୍‌ ନବି ପାଳନ କରାଯାଏ।

Share