କାନ୍ଦାହାର ମସଜିଦରେ ନମାଜ ସମୟରେ ବଡ ଧରଣର ବିସ୍ଫୋରଣ: ୧୬ ମୃତ, ୪୦ ଆହତ

କାନ୍ଦାହାର,୧୫ ।୧୦: ଆଫଗାନିସ୍ତାନର କାନ୍ଦହାର ସହରର ଏକ ସିୟା ମସଜିଦରେ ଶୁକ୍ରବାର ଦ୍ୱିପ୍ରହରରେ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ଜୁମେ ନମାଜ ସମୟରେ ମସଜିଦକୁ ଲାଗତାର ଦ୍ୱିତୀୟ ସପ୍ତାହରେ ବି ଟାର୍ଗେଟ କରାଯାଇଛି । ଗତ ସପ୍ତାହରେ କୁନ୍ଦୁଜ ଅଞ୍ଚଳରେ ଥିବା ମସଜିଦରେ ଏହିଭଳି ବିସ୍ଫୋରଣ କରାଯାଇଥିଲା । ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରି ନାହାନ୍ତି । କାନ୍ଦାହାର ଘଟଣା ଏଥିପାଇଁ ସମସ୍ତଙ୍କୁ ଚକିତ କରୁଛି କାରଣ ଏହା ତାଲିବାନର ଗଡ । ଅର୍ଥାତ୍ ଦେଶରେ ଶାସକ ତାଲିବାନର ଗଡ଼ ବି ସୁରକ୍ଷିତ ନୁହେଁ । ଆତଙ୍କବାଦୀ ସଙ୍ଗଠନ ଆଇଏସ୍ ସିୟା ମୁସଲିମଙ୍କୁ ସବୁବେଳେ ଟାର୍ଗେଟ କରୁଛି । କାରଣ ଆଇଏସ୍ କୁହେ ସିୟା ମୁସଲିମ ବିଶ୍ୱାସଘାତକ । ତେଣୁ ଆଇଏସ୍ ସୁନ୍ନି ମୁସଲିମଙ୍କୁ ସମର୍ଥନ କରିଥାଏ ।

Share