ଆଫଗାନିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୧୫ ମୃତ, ୫୦ ଆହତ

କାବୁଲ,୯।୬: ଆଫଗାନିସ୍ତାନର ବଦଖଶାନ ପ୍ରଦେଶର ପୂର୍ବତନ ଡେପୁଟି ଗଭର୍ଣ୍ଣର(କାର୍ଯ୍ୟକାରୀ ରାଜ୍ୟପାଳ)ଙ୍କ ଅନ୍ତିମ ସଂସ୍କାର ସମୟରେ ବିସ୍ଫୋରଣ ଘଟି ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୫୦ ଜଣ ଆହତ ହୋଇଛନ୍ତି। ପ୍ରଦେଶର ସୂଚନା ଓ ସଂସ୍କୃତି ବିଭାଗର ମୁଖ୍ୟ ମଜୁଦ୍ଦିନ ଅହମ୍ମଦ ଟୋଲୋନ୍ୟୁଜଙ୍କୁ କହିଛନ୍ତି ଯେ ବଦଖଶାନ ପ୍ରଦେଶର ରାଜଧାନୀ ଫୌଜାବାଦର ଏକ ମସଜିଦରେ ଏହି ବିସ୍ଫୋରଣ ଘଟିଛି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଫୌଜାବାଦର ହେସା-ଇ-ଅୱାଲ ଅଞ୍ଚଳର ନବାୱି ମସଜିଦରେ ଏହି ବିସ୍ଫୋରଣ ଘଟିଛି। ମଜୁଦ୍ଦିନ ଅହମ୍ମଦଙ୍କ ଅନୁଯାୟୀ ଏହି ଘଟଣାରେ ପ୍ରକୃତ ଆହତଙ୍କ ସଂଖ୍ୟା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ଏକ ସୂତ୍ରରୁ ପ୍ରକାଶ ଯେ ଡାକ୍ତରଖାନାରେ ୧୫ ଟି ମୃତଦେହ ରଖାଯାଇଛି। ଏହା ସହିତ ୫୦ ଜଣ ଆହତଙ୍କ ଚିକିତ୍ସା ଚାଲିଛି। ଖବର ଅନୁଯାୟୀ ଏହା ଏକ ଆତ୍ମଘାତୀ ଆକ୍ରମଣ। ଏହି ବିସ୍ଫୋରଣ ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

Share