ପାକିସ୍ତାନ ମସଜିଦ ନିକଟରେ ବିସ୍ଫୋରଣ ୬ ମୃତ ୩୦ରୁ ଊର୍ଦ୍ଧ୍ୱ ଆହତ

ଇସଲାମାବାଦ,୨୯।୯: ଶୁକ୍ରବାର ବାଲୁଚିସ୍ତାନର ମସ୍ତୁଙ୍ଗରେ ଏକ ବଡ଼ ବୋମା ବିସ୍ଫୋରଣ ଘଟିଛି। ଏହି ସମୟ ମଧ୍ୟରେ ଅତି କମରେ ୬ଜଣଙ୍କର ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ସୂଚନାନୁସାରେ, ମସଜିଦ ନିକଟରେ ବିସ୍ଫୋରଣ ଘଟିଥିଲା ଯେଉଁଠାରେ ଲୋକମାନେ ଇଦ ମିଲାଦୁନ ନବୀ ପାଳନ କରିବାକୁ ଏକାଠି ହୋଇଥିଲେ।

ନିକଟରେ ଜମିୟତ ଉଲେମା-ଏ-ଇସଲାମ-ଫଜଲ (ଜେୟୁଆଇ-ଏଫ) ନେତା ହାଫିଜ ହାମଦୁଲ୍ଲାଙ୍କ ସମେତ ୧୧ ଜଣ ବାଲୁଚିସ୍ତାନର ମସ୍ତୁଙ୍ଗ ଜିଲାରେ ହୋଇଥିବା ବିସ୍ଫୋରଣରେ ଆହତ ହୋଇଥିଲେ। ଏହାପୂର୍ବରୁ ପାକିସ୍ତାନର ପେଶାଓ୍ବରରେ ବିସ୍ଫୋରଣରେ ଫ୍ରଣ୍ଟିୟର କାଂଷ୍ଟେବୁଲରୀ(ଏଫସି)ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା ଓ ୨ ଜଣ ସାଧାରଣ ନାଗରିକଙ୍କ ସମେତ ୮ଜଣ ଆହତ ହୋଇଥିଲେ।
ୱାର୍ସକ ପୋଲିସ ଅଧୀକ୍ଷକ (ଏସପି) ମହମ୍ମଦ ଅରଶଦ ଖାଁ ନିଶ୍ଚିତ କରିଛନ୍ତି ଯେ ଖାଇବର ପଖତୁନଖ୍ବା ଏଫସିର ମୋହମଦ ରାଇଫଲ୍ସ ରେଜିମେଣ୍ଟର ଏକ ଗାଡିକୁ ଟାର୍ଗେଟ କରି ସ୍ଥାନୀୟ ସମୟ ପ୍ରାୟ୧୦ଟା ୩୦ରେ ଏହି ବିସ୍ଫୋରଣ କରାଯାଇଛି। ଏହି ବିସ୍ଫୋରଣ ଘଟିବା ପରେ ଗାଡି ମାଚନିରୁ ପେଶାୱର ଅଭିମୁଖେ ଯାଉଥିଲା। ରିପୋର୍ଟ ଅନୁଯାୟୀ, ମହମ୍ମଦ ଅରଶଦ ଖାନ କହିଛନ୍ତି ଯେ ଜଣେ ଫ୍ରଣ୍ଟିୟର କନଷ୍ଟେବଲାରୀ (ଏଫସି) ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଏଫସି ଅଧିକାରୀ ଏବଂ ଦୁଇ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହଯାଉଛି।

Share