Categories: ଜାତୀୟ

ସିମେଣ୍ଟ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ଜଣେ ମୃତ, ୬ ଆହତ

ମୁମ୍ବାଇ,୬।୮: ମହାରାଷ୍ଟ୍ରର ନାଗପୁରର ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ସେଠାରେ ୬ଜଣ ଆହତ ହୋଇଛନ୍ତି। ସକାଳ ୩ଟାରେ ନାଗପୁର ଜିଲାର ମୌଦା ତାଲୁକାର ଜୁନ୍ନାର ଗ୍ରାମରେ ଏକ କାରଖାନାରେ ବିସ୍ଫୋରଣ ଘଟିଥିଲା। ଶ୍ରୀ ଜି ବ୍ଲକ ନାମକ ଏକ ଘରୋଇ କମ୍ପାନୀ ବଡ଼ ସିମେଣ୍ଟ ବିଟ ଉତ୍ପାଦନ କରେ। ଏହାର କାରଖାନାରେ ହଠାତ୍‌ ବିସ୍ଫୋରଣ ହୋଇଥିଲା।
ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ଜଣ ଶ୍ରମିକ ଆହତ ହୋଇଛନ୍ତି, ସେମାନଙ୍କୁ ଚିକିତ୍ସା ପାଇଁ ନାଗପୁର ନିଆଯାଇଛି। ମୃତକଙ୍କ ନାମ ନନ୍ଦକିଶୋର କରାଣ୍ଡେ ବୋଲି କୁହାଯାଉଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର କାରଖାନା ନଷ୍ଟ ହୋଇଯାଇଥିଲା।

Share