ବାରୁଦ କାରଖାନାରେ ବିସ୍ଫୋରଣ: ୪ ମୃତ, ୧୨ ଆହତ…

ମସ୍କୋ,୨୧।୬ : ରୁଷିଆର ବାରୁଦ କାରଖାନାରେ ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଲୋକ ଆହତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ମସ୍କୋ ଦକ୍ଷିଣ-ପୂର୍ବରେ ଥିବା ତାମ୍ବୋଭ ଅଞ୍ଚଳରେ ଅବସ୍ଥିତ ଏହି ବାରୁଦ କାରଖାନାରେ ବିସ୍ଫୋରଣ ସମ୍ପର୍କରେ ଏକ ବିବୃତ୍ତି ଜାରି କରାଯାଇଛି। ବିସ୍ଫୋରଣ ସମୟରେ କର୍ମଚାରୀମାନେ କାରଖାନାରେ କାମ କରୁଥିଲେ ବୋଲି କହିଥିଲେ।

ରୁଷିଆର ନ୍ୟୁଜ ଏଜେନ୍ସି ଦ୍ୱାରା ପ୍ରକାଶିତ ବିବୃତ୍ତିରେ ଏହା କହିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ କଣ୍ଟ୍ରାକ୍ଟରର କର୍ମଚାରୀ। ଆତଙ୍କବାଦୀ ଆକ୍ରମଣକୁ ତାମ୍ବୋଭ ଗଭର୍ନର ମ୍ୟାକ୍ସିମ ୟେଗୋରୋଭ ଅସ୍ବୀକାର କରିଛନ୍ତି। ପ୍ରମୁଖ ଅପରାଧର ଯାଞ୍ଚ କରୁଥିବା ଅନୁସନ୍ଧାନ କମିଟି କହିଛି ସୁରକ୍ଷା ନିୟମ ଉଲ୍ଲଂଘନ ଘଟଣାର ତଦନ୍ତ ଆରମ୍ଭ କରିଛି।

Share