ଇସଲାମାବାଦରେ ପୁଣି ବିସ୍ଫୋରଣ: ଜଣେ ପୋଲିସ କର୍ମୀ ନିହତ

ଇସଲାମାବାଦ,୨୩ା୧୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବୋମା ବିସ୍ଫୋରଣରେ ଜଣେ ପୋଲିସ କର୍ମୀ ନିହତ ହୋଇଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ବୋମା ବିସ୍ଫୋରଣ ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ଏଥି ସହିତ ଏହି ଆକ୍ରମଣ ପରେ ଚାରିଆଡ଼େ ଆଲୋଡ଼ନ ସୃଷ୍ଟି ହୋଇଛି।

ଏକ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଇସଲାମାବାଦର ଆଇ.୧୦/୪ ସେକ୍ଟରରେ ଏକ ଗାଡ଼ିରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବୋମା ବିସ୍ଫୋରଣରେ ଜଣେ ପୋଲିସଙ୍କ ମୃତ୍ୟୁ ଘଟିଛି। ଇସଲାମାବାଦ ପୋଲିସ ଟୁଇଟ୍‌ କରି କହିଛି, ପୋଲିସ ଯାଞ୍ଚ ସମୟରେ ଏକ ଗାଡ଼ି ଅଟକି ଯିବାକୁ ସଙ୍କେତ ଦିଆଯାଇଥିଲା। ତା’ପରେ କାର୍‌ରେ ଆତ୍ମଘାତୀ ବିସ୍ଫୋରଣକାରୀ ନିଜକୁ ବିସ୍ଫୋରଣ କରିଥିଲେ।

Share