Categories: ଜାତୀୟ

ମୋଦିଙ୍କ ଗସ୍ତ ପୂର୍ବରୁ ଜମ୍ମୁର ଏକ ଗାଁରେ ବିସ୍ଫୋରଣ

ଜମ୍ମୁ,୨୪ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତର କିଛି ଘଣ୍ଟା ପୂର୍ବରୁ ଏକ ସନ୍ଦିଗ୍ଧ ବିସ୍ଫୋରଣ ହୋଇଛି । ରବିବାର ସକାଳେ ହୋଇଥିବା ଏହି ବିସ୍ଫୋରଣ ସୁରକ୍ଷା ଏଜେନ୍ସିର ଚିନ୍ତା ବଢାଇ ଦେଇଛି । ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ଜମ୍ମୁ ବିଶ୍ନାହ ଗାଁ ଲଲିୟାନାରେ ହୋଇଛି । ଏହା ମୋଦିଙ୍କ ରାଲି ନିକଟରୁ ୭-୮ କିଲୋମିଟର ଦୂର ଏହି ବିସ୍ଫୋରଣ ଫଳରେ ମାଟିରେ ଦେଢ ଫୂଟର ଗର୍ତ୍ତ ସୃଷ୍ଟି ହୋଇଛି । ଏହି ବିସ୍ଫୋରଣ ସମ୍ପର୍କରେ ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ବିଜୁଳି ମାରିବାରୁ ଅବା ଉଲକାପିଣ୍ଡ ଯୋଗୁ ହୋଇଥିବା ଅନୁମାନ କରାଯାଉଛି । ଯାଞ୍ଚ ଜାରି ରହିଛି । ସୂଚନାଯୋଗ୍ୟ, ମୋଦିଙ୍କ ଗସ୍ତ ପୁର୍ବରୁ ଆତଙ୍କବାଦୀମାନେ ଏକ ଆତ୍ମଘାତି ବିସ୍ଫୋରଣ ଯୋଜନା କରିଥିଲେ । ହେଲେ ସିଆଇଏସଏଫ୍ ଦ୍ୱାରା ଏହା ପଣ୍ଡ ହୋଇ ଯାଇଥିଲା ।

Share