ପାକିସ୍ତାନରେ ବିସ୍ଫୋରଣ: ୩ ମୃତ, ୧୫ ଆହତ

କରାଚି, ୨୧।୧୦: ପାକିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଟେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଗୁଲଶନ୍‌-ଇ-ଇକବାଲ୍‌ ଅଞ୍ଚଳରେ ଥିବା ଏକ ଦୁଇ ମହଲା କୋଠାରେ ବିସ୍ଫୋରଣ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହି କୋଠାଘର ନିକଟରେ ଥିବା ଅନ୍ୟ ଘରଗୁଡ଼ିକର କେତେକ ଅଂଶ ଭାଙ୍ଗିରୁଜି ଯାଇଛି। ବିସ୍ଫୋରଣର କାରଣ ଜାଣାପଡ଼ି ନ ଥିଲେ ମଧ୍ୟ ପ୍ରାଥମିକ ତଦନ୍ତରୁ ଏହା ସିଲିଣ୍ଡରରେ ନିଆଁ ଲାଗିବା ଯୋଗୁ ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପକ୍ଷରୁ ଘେରାବନ୍ଦୀ କରାଯାଇ ତଦନ୍ତ ଜାରି ରହିଛି।

Share